Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶୀତଳଷଷ୍ଠୀ :ସରିଲା ଗୁଁଡ଼ା ଉତ୍ସବ, ଆଜି ବରାତି

ଶୀତଳଷଷ୍ଠୀ :ସରିଲା ଗୁଁଡ଼ା ଉତ୍ସବ, ଆଜି ବରାତି

Odisha.news 6 days ago

ମ୍ବଲପୁର:ଗତକାଲି ରାତିରେ ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ବୀର ହନୁମାନ ପଟୁଆର ରେ ବାହାରି ଶିବ ପାର୍ବତୀ ଙ୍କର ବିବାହ କାର୍ଯ୍ୟ ପାଇଁ ଦେବଦେବୀ ଙ୍କୁ ନିମନ୍ତ୍ରଣ କରିବା ପାଇଁ ସହର ପରିକ୍ରମା କରିଥିଲେ l ଝାଡୁଆ ପଡା, ବଡ଼ବାଜାର, ଠାକୁର ପଡା, ମୋଦିପଡା, ବୁଢାରଜା ସହ ଅନ୍ୟ ଯାତ୍ରା କମିଟି ମାନଙ୍କର ଗୁଆଗୁଣ୍ଡା ନୀତି ହୋଇଯାଇଛି l ଶ୍ରୀ ଶ୍ରୀ ହନୁମାନ ପଟୁଆର ରେ ବାହାରି ଦେବା ଦେବୀ ଙ୍କୁ ନିଉତା ଦେଇ ଯାଇଥିଲେ l ଝାଡୁଆ ପଡା ର ଶ୍ରୀ ଶ୍ରୀ ଲୋକନାଥ ବାବା ଓ ଜଗତ ଜନନୀ ମାଁ ପାର୍ବତୀ ଙ୍କର ବିବାହ ପାଇଁ ସହରର ଦେବା ଦେବୀ ଙ୍କୁ ନିମନ୍ତ୍ରଣ କରିଥିଲେ l ପ୍ରଭୁ ଶ୍ରୀ ହନୁମାନ ନିମନ୍ତ୍ରଣ ପତ୍ର ସହ ନଡ଼ିଆ, ଗୁଆ, ଫୁଲ, ଫଳ ସହ ଦେବା ଦେବୀଙ୍କୁ ନିମନ୍ତ୍ରଣ କରିଥିଲେ, ଯେଉଁଥିରେ କର୍ତ୍ତା ଓ କମିଟି ସଭ୍ୟ ମାନଙ୍କ ସହ ଦୂଲଦୁଲି, ନୃତ୍ୟ ଦଳ, ଘଣ୍ଟ, ଶଙ୍ଖ ପ୍ରଭୃତି ସାମିଲ ହୋଇଥିଲା l ସେହିପରି ମୋଦି ପଡା ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କର ବିବାହ ପାଇଁ ବୀର ହନୁମାନ ରଥରୁଢ଼ ହୋଇ ନୃତ୍ୟ ବାଦ୍ୟ ସହ ଯାତ୍ରା ରେ ବାହାରି ରାମ ମନ୍ଦିର, ଶନି ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଭୁବନେଶ୍ୱରୀ ମନ୍ଦିର, ମାଉଲି ମାଁ ମନ୍ଦିର, ଜଗନ୍ନାଥ ମନ୍ଦିର ଯାଇ ଦେବା ଦେବୀ ଙ୍କୁ ବିବାହ ରେ ସାମିଲ ହେବା ନିମିତ୍ତ ନିଉତା ଦେଇଥିଲେ l ଏହି ଅବସରରେ ବର ପିତା ମଧୁସୂଦନ ନେଗୀ, ପୁରୋହିତ ତାରକେଶ୍ୱର ନନ୍ଦ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଙ୍କ ସହ ଯାତ୍ରା କମିଟି ର କର୍ମକର୍ତ୍ତା ଓ ମୁରବି ମାନେ ଉପସ୍ଥିତ ଥିଲେ l ବଡ଼ବାଜାର ଶ୍ରୀ ଶ୍ରୀ ଶୀତଳେଶ୍ୱର ବାବାଙ୍କର ବିବାହ ପାଇଁ ବୀର ହନୁମାନ ରଥରେ ସଜ୍ଜିତ ହୋଇ ବାହାରି ନଗର ପରିକ୍ରମା କରିବା ସହ ଦେବା ଦେବୀ ଙ୍କୁ ନିମନ୍ତ୍ରଣ କରିଥିଲେ l ପ୍ରଥମେ ମାଁ ସମଲେଶ୍ୱରୀ ମନ୍ଦିର, ଗୋପାଳଜୀ ମଠ, ମାଁ ଘିଗୁଣ୍ଡି ମନ୍ଦିର, ଦୁର୍ଗା ମନ୍ଦିର , ପାଟମେଶ୍ବରୀ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଯାଇ ନିମନ୍ତ୍ରଣ କରିଥିଲେ l ଏହି ଅବସରରେ ପୂଜକ ସଞ୍ଜୟ ବଡ଼ମାଳି, ଶେଷଦେବ ବଡ଼ମାଳି, ସଂଜୀବ ବଡ଼ମାଳୀ, ବରପିତା ଜଗଦିଶ କାଳନରିଆ ତଥା ଯାତ୍ରା କମିଟି ର ସଭାପତି ସରୋଜ ସାହୁ, ସମ୍ପାଦକ ରାମଦାସ ପଣ୍ଡା, ପଞ୍ଚାନନ ତ୍ରିପାଠୀ, ମନୋଜ ପଲସନିଆଁ, କିଶୋର ମେହେର, ସଞ୍ଜୟ ଠାକୁର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଓ ମୁରବି ସାମିଲ ଥିଲେ l ସେହିପରି ଠାକୁର ପଡା ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ବାବା ଙ୍କର ବିବାହ ପାଇଁ ର ଗୁଆଗୁଣ୍ଡା ଉତ୍ସବ ଅନୁଷ୍ଠିତ ହୋଇଥିଲା l ଶ୍ରୀ ଶ୍ରୀ ହନୁମାନ ଜୀ ଦାନୀପାଲି ରୁ ବାହାରି ସହରର ବିଭିନ୍ନ ମନ୍ଦିର କୁ ଯାଇଦେବ ଦେବୀ ଙ୍କର ବିବାହ ପାଇଁ ନିମନ୍ତ୍ରଣ କରିଥିଲେ l ଗୁଆ, ନଡ଼ିଆ, ଫୁଲ, ଫଳ, ବସ୍ତ୍ର ପ୍ରଦାନ ପୂର୍ବକ ପୂଜାକାର୍ଯ୍ୟ ସମ୍ପନ୍ନ କରାଯାଇଥିଲା l ପୁରୋହିତ କିଶୋର ଦେହୁରୀ, ଆଶୁତୋଷ ପୁରୋହିତ ଙ୍କ ସହ ବର ପିତା ଚିତ୍ରସେନ ଦେହୁରୀଆ, କମିଟି ସଭ୍ୟ ମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ l ସେହିପରି ସମ୍ବଲପୁର ସହରର 30 ରୁ ଉର୍ଦ୍ଧ ସ୍ଥାନରେ ଏହି ପର୍ବ ଅନୁଷ୍ଠିତ ହୋଇଥିଲା l ଆଜି ଗୁରୁବାର ଦିନ ରାତ୍ରି ରେ ଦେବଦେବ ମହାଦେବ କୈଳାସପତି ଶିବ ବରଯାତ୍ରୀ ରେ ବାହାରିବାର କାର୍ଯ୍ୟକ୍ରମ ରହିଛି l

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News