Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ରୀଲଙ୍କା ଟେଷ୍ଟ ସିରିଜରୁ ବାଦ ପଡିଲେ ବୁମରା; ଟିମ୍ ଇଣ୍ଡିଆରେ ପ୍ରଥମ ଥର ସୁଯୋଗ ପାଇଲେ ଆକିବ ନବି

ଶ୍ରୀଲଙ୍କା ଟେଷ୍ଟ ସିରିଜରୁ ବାଦ ପଡିଲେ ବୁମରା; ଟିମ୍ ଇଣ୍ଡିଆରେ ପ୍ରଥମ ଥର ସୁଯୋଗ ପାଇଲେ ଆକିବ ନବି

Odisha.news 1 week ago

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳକୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ବଡ଼ ଝଟକା ଲାଗିଛି। ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆଘାତ କାରଣରୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ସମୟରେ ତାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିଲା। ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଚୟନ କମିଟି ତାଙ୍କୁ ଫିଟ୍ ଘୋଷଣା କରିନାହିଁ।

ବୁମରାଙ୍କ ସ୍ଥାନରେ ଜମ୍ମୁ-କାଶ୍ମୀରର ୨୯ ବର୍ଷୀୟ ଦ୍ରୁତ ବୋଲର ଆକିବ ନବିଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସୁଯୋଗ ମିଳିଛି। ଗତ ଦୁଇଟି ରଣଜୀ ସିଜନରେ ସେ ମୋଟ ୧୦୪ଟି ୱିକେଟ୍ ନେଇ ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। ବିଶେଷ କରି ୨୦୨୫-୨୬ ରଣଜୀ ଟ୍ରଫି ସିଜନରେ ୬୦ଟି ୱିକେଟ୍ ହାସଲ କରି ଜମ୍ମୁ-କାଶ୍ମୀରକୁ ପ୍ରଥମ ଥର ପାଇଁ ଚାମ୍ପିୟନ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ନିକଟରେ ଶ୍ରୀଲଙ୍କା ଗସ୍ତ କରିଥିବା ଭାରତ 'ଏ' ଦଳ ପକ୍ଷରୁ ଖେଳି ଦୁଇଟି ମ୍ୟାଚ୍‌ରେ ୬ଟି ୱିକେଟ୍ ନେଇ ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ଶୁଭମନ ଗିଲ୍ ଅଧିନାୟକ ଏବଂ କେ.ଏଲ୍. ରାହୁଲ ଉପ-ଅଧିନାୟକ ଭାବେ ରହିଛନ୍ତି। ଏହାଛଡ଼ା ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ତ, ସାଇ ସୁଦର୍ଶନ, ଧ୍ରୁଭ ଜୁରେଲ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଗୁରନୂର ବ୍ରାର, ଦେବଦତ୍ତ ପଡିକଲ, ସାରାଂଶ ଜୈନ ଓ ଆକିବ ନବିଙ୍କୁ ଦଳରେ ସ୍ଥାନ ମିଳିଛି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ଅଗଷ୍ଟ ୧୫ରୁ ୧୯ ପର୍ଯ୍ୟନ୍ତ ଗଲ୍‌ରେ ଏବଂ ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୨୩ରୁ ୨୭ ପର୍ଯ୍ୟନ୍ତ କଲମ୍ବୋରେ ଖେଳାଯିବ। ଉଭୟ ମ୍ୟାଚ୍ ଭାରତୀୟ ସମୟ ସକାଳ ୧୦ଟାରୁ ଆରମ୍ଭ ହେବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News