Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା : ମହିଳାଙ୍କୁ ମିଳିବ ୮ ଗ୍ରାମ ସୁନା ମୁଦ୍ରା!

ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା : ମହିଳାଙ୍କୁ ମିଳିବ ୮ ଗ୍ରାମ ସୁନା ମୁଦ୍ରା!

Odisha.news 2 weeks ago

ତାମିଲନାଡୁ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ସରକାର ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ବଜେଟ୍‌ରେ ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। 'ବ୍ରଦର୍ସ ଗିଫ୍ଟ ସ୍କିମ୍' ଅଧୀନରେ ଯୋଗ୍ୟ ମହିଳାଙ୍କୁ ୮ ଗ୍ରାମ ସୁନାର ମୁଦ୍ରା ପ୍ରଦାନ କରାଯିବ। ଏହା ସହ ସିଲ୍କ ଶାଢ଼ୀ ବଣ୍ଟନ ଯୋଜନା ପାଇଁ ୮୧୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ବିବାହ ସମୟରେ ମହିଳାଙ୍କୁ ଉପହାର ଦେବାର ଯେଉଁ ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ନିର୍ବାଚନ ସମୟରେ ଦେଇଥିଲେ, ବଜେଟ୍‌ରେ ତାହାକୁ କାର୍ଯ୍ୟକାରୀ କରିବାର ଘୋଷଣା କରାଯାଇଛି।

ବୁଧବାର ବିଧାନସଭାରେ ଅର୍ଥମନ୍ତ୍ରୀ ଡ଼. ଏନ୍. ମେରୀ ୱିଲସନ୍ ସରକାରଙ୍କ ପ୍ରଥମ ବଜେଟ୍‌ ଉପସ୍ଥାପନ କରିଥିଲେ। ସେ କହିଥିଲେ, ରାଜ୍ୟକୁ ଆର୍ଥିକ ଭାବେ ସୁଦୃଢ଼ କରିବା ପାଇଁ ଦୁର୍ନୀତି ରୋକିବା ସହ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତ କମିଶନ୍ ବ୍ୟବସ୍ଥା ବନ୍ଦ କରାଯାଇଛି। ଏହା ସହ ପ୍ରଥମ ଥର ହଜ୍ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସରକାରୀ ସହାୟତା ୨୫ ହଜାରରୁ ବଢ଼ାଇ ୩୫ ହଜାର ଟଙ୍କା କରାଯାଇଛି। ଖ୍ରୀଷ୍ଟିଆନ୍ ଓ ମୁସଲିମ୍ ମହିଳା କଲ୍ୟାଣ ସଂଘ ପାଇଁ ୧.୦୫ କୋଟି ଟଙ୍କା ଏବଂ ୫ଟି କବରସ୍ଥାନର ବିକାଶ ପାଇଁ ୩୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ନିଟ୍ (NEET) ପରୀକ୍ଷା ବିଲୋପ କରି ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ମେଡିକାଲ୍ ଭର୍ତ୍ତି ବ୍ୟବସ୍ଥା ପୁନଃ ଚାଲୁ କରିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରାଯାଇଛି।

ବଜେଟ୍‌ରେ କ୍ରୀଡ଼ା ଓ ପ୍ରଯୁକ୍ତି କ୍ଷେତ୍ରକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ଅଲିମ୍ପିକ୍‌ରେ ରାଜ୍ୟର ଖେଳାଳିଙ୍କ ସଫଳତା ବଢ଼ାଇବା ପାଇଁ ୧୦ଟି 'ଅଲିମ୍ପିକ୍ ସେଣ୍ଟର ଅଫ୍ ଏକ୍ସିଲେନ୍ସ' ସ୍ଥାପନ ନିମନ୍ତେ ୫.୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାସହ ୨୦୩୧ ସୁଦ୍ଧା ଇଞ୍ଜିନିୟରିଂ, ପଲିଟେକ୍ନିକ୍ ଓ ଆଇଟିଆଇର ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ କୃତ୍ରିମ ବୁଦ୍ଧିମତ୍ତା (AI) କୌଶଳରେ ପ୍ରଶିକ୍ଷଣ ଦେବାକୁ ସରକାର ଘୋଷଣା କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News