ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ତର୍ଜମା ପରେ ମହାମାରୀ କରୋନା ଭାଇରସ ବାୟୁବାହିତ ବୋଲି ସ୍ୱୀକାର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ଏହାର ଅର୍ଥ କରୋନା ଭୂତାଣୁ ବାୟୁ ଦ୍ୱାରା ମଣିଷଙ୍କ ଶରୀରରେ ପ୍ରବେଶ କରିବା ଆଶଙ୍କା ରହିଛି। ହୁ'ର ଏହି ସୂଚନାପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବୁଧବାର 'ହୁ' କହିଛି ପୂର୍ବରୁ ମହାମାରୀ କରୋନା ଜଣେ ସଂକ୍ରମିତ ଲୋକ କାଶିବା ଓ ଛିଙ୍କିବା ବେଳେ ତାଙ୍କ ଶରୀରୁ ବାହାରୁ ଥିବା ଡ୍ରପଲେଟ୍ ସଂସ୍ପର୍ଶରେ ଜଣେ ସୁସ୍ଥ ଲୋକ ଆସିଲେ, ସେ ସଂକ୍ରମିତ ହୋଇଥାଆନ୍ତି।