Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଭୟଙ୍କର ତଥ୍ୟ ଦେଲା 'ହୁ' , କରୋନା ବାୟୁ ବାହିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ତର୍ଜମା ପରେ ମହାମାରୀ କରୋନା ଭାଇରସ ବାୟୁବାହିତ ବୋଲି ସ୍ୱୀକାର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ଏହାର ଅର୍ଥ କରୋନା ଭୂତାଣୁ ବାୟୁ ଦ୍ୱାରା ମଣିଷଙ୍କ ଶରୀରରେ ପ୍ରବେଶ କରିବା ଆଶଙ୍କା ରହିଛି।

ହୁ'ର ଏହି ସୂଚନାପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବୁଧବାର 'ହୁ' କହିଛି ପୂର୍ବରୁ ମହାମାରୀ କରୋନା ଜଣେ ସଂକ୍ରମିତ ଲୋକ କାଶିବା ଓ ଛିଙ୍କିବା ବେଳେ ତାଙ୍କ ଶରୀରୁ ବାହାରୁ ଥିବା ଡ୍ରପଲେଟ୍‌ ସଂସ୍ପର୍ଶରେ ଜଣେ ସୁସ୍ଥ ଲୋକ ଆସିଲେ, ସେ ସଂକ୍ରମିତ ହୋଇଥାଆନ୍ତି।

ହେଲେ କରୋନା ବାୟୁ ଦ୍ୱାରା ମଧ୍ୟ ପରିବାହିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

କରୋନା ବାୟୁବାହିତ ବୋଲି ଦାବିକରି ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ହୁ'କୁ ଚିଠି ଲେଖିଥିଲେ। ଶେଷରେ ହୁ' ସେମାନଙ୍କ ସହ ଏକମତ ହୋଇଛି। ତେବେ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକ ରହିଛି ବୋଲି ହୁ' ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଭାସମାନ ଅବସ୍ଥାରେ ଥିବା କ୍ଷୁଦ୍ର ଜଳକଣିକା ଦ୍ୱାରା ମଧ୍ୟ କରୋନା ଭୂତାଣୁ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରି ତାଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି। ବିଶେଷ କରି ଗହଳି ସ୍ଥାନ, ନିବୁଜ କୋଠରି ଏବଂ ଦୁର୍ବଳ ବାୟୁ ଚଳାଚଳ କରୁଥିବା ସ୍ଥାନମାନଙ୍କରେ କରୋନା ଭୂତାଣୁ ବାୟୁ ଦ୍ୱାରା ଶରୀରକୁ ପ୍ରବେଶ କରିପାରିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Fast