Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହବିଷ୍ୟାଳିଙ୍କୁ ପୁରୀ ମନା

ହବିଷ୍ୟାଳିଙ୍କୁ ପୁରୀ ମନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ଅନେକ କଡ଼ା ପଦକ୍ଷେପ ନିଆଯାଉଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ ଥମିନଥିବାରୁ ଚଳିତ ଥର କାର୍ତ୍ତିକ ମାସରେ ହବିଷ୍ୟାଳିମାନଙ୍କୁ ପୁରୀକୁ ଆସିବାକୁ ବାରଣ କରାଯାଇଛି। ସୂଚନା ଅନୁସାରେ କାର୍ତ୍ତିକ ମାସରେ ହବିଷ୍ୟାଳିମାନେ ଜଗନ୍ନାଥଙ୍କୁ ଦର୍ଶନ କଲେ ବହୁ ପୂନ୍ୟ ମଳିଥାଏ। ଏନେଇ ପୁରୀରେ ଉକ୍ତ ମାସ ସାରା ଭକ୍ତ ଓ ହବିଷ୍ୟାଳିଙ୍କ ଭିଡ ଲାଗିରହିଥାଏ। ଏହା ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ରାଜ୍ୟ ତଥା ରାଜ୍ୟ ବହାରୁ ବହୁ ହବିଷ୍ୟାଳି କାର୍ତ୍ତିକ ମାସରେ ପୁରୀକୁ ଆସିଥାନ୍ତି। ପ୍ରତିବର୍ଷ ହବିଷ୍ୟାଳିଙ୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ପୁରୀର ବିଭିନ୍ନ ମଣ୍ଡପ, ରେଳଷ୍ଟେସନ ପ୍ରଭୃତିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Fast