Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜିଲ୍ଲାୱାରୀ ମହିଳା ପ୍ରଭାରୀ ତାଲିକା ଘୋଷଣା କଲା ବିଜେଡି

ଜିଲ୍ଲାୱାରୀ ମହିଳା ପ୍ରଭାରୀ ତାଲିକା ଘୋଷଣା କଲା ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ଜନତା ଦଳ ପକ୍ଷରୁ ସୋମବାର ଜିଲ୍ଲାୱାରୀ ମହିଳା ପ୍ରଭାରୀଙ୍କ ନାମ ଘୋଷଣା କରିଛି । ନିଯୁକ୍ତି ପାଇଥିବା ପ୍ରଭାରୀମାନେ ତୃଣମୂଳସ୍ତରରେ ଦଳର ମହିଳା ସଂଗଠନକୁ ମଜଭୁତ କରିବା ଦିଗରେ ବିଶେଷ ଧ୍ୟାନ ଦେବା ସହ କିଭଳି ଭାବେ ମହିଳାମାନେ ମୁଖ୍ୟସ୍ରୋତରେ ସାମିଲ ହେବ ସେ ନେଇ ପ୍ରୟାସ ଜାରି ରଖିବେ। ବିଜୁ ଜନତା ଦଳର ଗଣମାଧ୍ୟମ ବ୍ୟାପାର ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାଇଁ ଗୀତା ବସ୍ତିଆ, କେନ୍ଦୁଝରରୁ ଲୋପାମୁଦ୍ରା ବକ୍ସିପାତ୍ର, ଖୋର୍ଦ୍ଧାରୁ କସ୍ତୁରୀ ମହାପାତ୍ର, ମୟୂରଭଞ୍ଜରୁ ଊର୍ମିଲତା ଦାସ, କଟକରୁ ପ୍ରଭାସୀନ ଷଡ଼ଙ୍ଗୀ, ସୁନ୍ଦରଗଡ଼ରୁ ଜ୍ୟୋତି ପାଣିଗ୍ରାହୀ, ରାୟଗଡ଼ାରୁ ସ୍ନିଗ୍ଧା ପାଣିଗ୍ରାହୀ, ବାଲେଶ୍ୱରରୁ ଭାରତୀ ସିଂହ, ନୟାଗଡ଼ରୁ କୁଞ୍ଜଲତା ସାମଲ, ଜତଗସିଂହପୁରରୁ ସଂଯୁକ୍ତା ମହଲ୍ଲା ଓ ମାଲକାନଗିରିରୁ ନିବେଦିତା ମହାନ୍ତିଙ୍କୁ ଦାୟିତ୍ୱ ମିଳିଛି।

ସେହିଭଳି କନ୍ଧମାଳର ସଂଘମିତ୍ରା ଦଳାଇ, ଯାଜପୁରର ରେଜୱାନା ବେଗମ, ସମ୍ୱଲପୁରର ମିନତୀ ଦେବତା, କେନ୍ଦ୍ରାପଡ଼ାର ମିତା ରାଉତ, ବଲାଙ୍ଗିରର ସରୋଜିନ ରାଜ୍, ଅନୁଗୁଳର ପୁଷ୍ପାଞ୍ଜଳୀ ରଣା, କଳାହାଣ୍ଡିର ସଂଯୁକ୍ତା ମହାନ୍ତି, ପୁରୀର ସନ୍ଧ୍ୟା ବିଶ୍ୱାଳ, ସୋନପୁରର ରଞ୍ଜୁଲତା ରାୟ, ନୂଆପଡ଼ାର ରୁନୁ ଜେନା, କୋରାପୁଟର ମୀରା ପରିଡ଼ାଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି । ତେବେ ବରଗଡ଼ ପାଇଁ ନିବେଦିତା ନାୟକ, ଭଦ୍ରକ ପାଇଁ ସରୋଜୀନି ମହାପାତ୍ର, ନବରଙ୍ଗପୁର ପାଇଁ ସମ୍ପା ମଜୁମଦାର, ଢେଙ୍କାନାଳ ପାଇଁ ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ, ଝାରସୁଗୁଡ଼ାର ସାଗରିକା ମିଶ୍ର, ବୌଦ୍ଧ ପାଇଁ ବାସନ୍ତୀ ସିଂହ, ଦେଓଗଡ଼ ପାଇଁ ବନଜା ମହାନ୍ତି ଓ ଗଜପତି ପାଇଁ ବାସନ୍ତୀ ମହାପାତ୍ରଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Fast