Sunday, 05 Jul, 1.55 am ଓଡ଼ିଶା ଫାଷ୍ଟ

ହୋମ
ଜୁଲାଇ ୬ରୁ ଖୋଲିବ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁଲାଇ ୬ ତାରିଖରୁ ଖୋଲିବ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା । ଏନେଇ ଏଏସଆଇ ନିଷ୍ପତ୍ତି ନେଇଛି।

ଏହାସହ ୬ ତାରିଖରୁ ରାଜାରାଣୀ ମନ୍ଦିର, ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଝରିଆଲ ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ଼ ଦୁର୍ଗ ଓ ଧଉଳି ଅଶୋକ ଶିଳାଲେଖ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

କରୋନା ସଂକ୍ରମଣ ପାଇଁ ରାଜ୍ୟରେ ଦର୍ଶନୀୟ ସ୍ଥାନ ଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା। ତେବେ ୬ ତାରିଖରୁ ଏହି ଦର୍ଶନୀୟ ସ୍ଥାନ ଗୁଡ଼ିକୁ ଖୋଲିବାକୁ ଏଏସଆଇ ନିଷ୍ପତ୍ତି ନେଇଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Fast
Top