Dailyhunt
ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି, ନବୀନ..ନବୀନରେ କମ୍ପିଲା ବାଲେଶ୍ୱର

ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି, ନବୀନ..ନବୀନରେ କମ୍ପିଲା ବାଲେଶ୍ୱର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନବୀନ..ନବୀନରେ କମ୍ପିଲା ବାଲେଶ୍ୱର । ଉପନିର୍ବାଚନ ପୂର୍ବରୁ କର୍ମୀଙ୍କ ଭିତରେ ଉତ୍ସାହଭରିବାକୁ ଗୁରୁବାର ବିଜେଡି ପକ୍ଷରୁ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଅନୁଷ୍ଠିତ ଏକ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ କହିଛନ୍ତି ବାଲେଶ୍ୱରର ବିକାଶର ଦାୟିତ୍ୱ ସେ ନିଜେ ନେବେ। ବାଲେଶ୍ୱରର ବିକାଶ ହେଉଛି ତାଙ୍କର ଲକ୍ଷ୍ୟ।
ସେ ଆହୁରି କହିଥିଲେ ଆଜିର ଦିନକୁ ଓଡ଼ିଶାବାସୀ କେବେ ଭୁଲିପାରିବେ ନାହିଁ । ଆଜିକୁ ୨୧ବର୍ଷ ତଳେ ଅର୍ଥାତ ୧୯୯୯ମସିହାରେ ଆସିଥିବା ମହାବାତ୍ୟା ଓଡ଼ିଶାକୁ ଛାରଖାର କରିଦେଇଥିଲା। ଏହା ଫଳରେ ଓଡ଼ିଶାରେ ଅର୍ଥନୀତି ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ତେବେ ଓଡ଼ିଶା ବାସୀଙ୍କ ଦୃଢ଼ ଆତ୍ମବିଶ୍ୱାସ ଓ ପରିଶ୍ରମ ଯୋଗୁଁ ଓଡ଼ିଶା ଆଜି ମୁଣ୍ଡ ଟେକି ଠିଆହୋଇଛି।

ଏପରିକି ବିକାଶ ପଥରେ ମଧ୍ୟରେ ଆଗେଇ ଚାଲିଛି। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସାରା ବିଶ୍ୱପାଇଁ ଏକ ଉଦାହରଣ ପାଲଟିଛି । ଲୋକଙ୍କ ଜୀବନର ସୁରକ୍ଷା ସବୁବେଳେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି । ୨୦୧୩ମସିହାରେ ହୋଇଥିବା ଫାଇଲିନ ବାତ୍ୟା ସମୟରେ୧୦ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ଓଡ଼ିଶାର ଏଇ ସଫଳତାକୁ ସବୁଆଡେ ପ୍ରଶଂସା କରାଯାଇଛି ।
ବନ୍ୟା,ବାତ୍ୟା,ମହାମାରୀ ସବୁ ବେଳେ ଲୋକଙ୍କ ସୁରକ୍ଷା ଉପରେ ଆଘାତ କରୁଛି । ଏଣୁ ରାଜ୍ୟ ସରକାର ଏହାର ସୁରକ୍ଷା କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଛଡା ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେ କି ସବୁ ଲୋକଙ୍କୁ ମାଗଣାରେ କୋଭିଡ ଚିକିତ୍ସା ଯୋଇଦେଇ ଆସିଛି। ଏପରିକି ଆମ ରାଜ୍ୟରେ କୋଭିଡ ସଙ୍କ୍ରମଣ ସଂଖ୍ୟା କମିଛି । କୋଭିଡ ଯୋଦ୍ଧାଙ୍କ ପାଇଁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି । ରାଜ୍ୟରେ କୋଭିଡ ପରିଚାଳନାକୁ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରଶଂସା କରିଛି। ମୁଁ ଆଜି ବାଲେଶ୍ୱର ଯାଇଥାଆନ୍ତି । ହେଲେ କୋଭିଡ ପାଇଁ ପାଇଁ ବାଲେଶ୍ୱର ଯାଇପାରୁନାହିଁ । ମୁଁ ଚାହେଁ ନାହିଁ ମୋ ପାଇଁ ଯେମିତି କେହି ଅସୁବିଧାରେ ପଡ଼ୁ । ସେଥିପାଇଁ ମୁଁ ଏହି ଭିଡିଓ ମାଧ୍ୟମରେ କଥାହେଉଛି । ବାଲେଶ୍ୱରର ବିକାଶ ପାଇଁ ସବୁବେଳେ ସହଯୋଗ କରିବା ସହ ଏହାର ବିକାଶକୁ ଆଗକୁ ନେବାକୁ ଚେଷ୍ଟାକରିବି ବୋଲି କହିଛନ୍ତି ନବୀନ । ନିକଟରେ ବାଲେଶ୍ୱରର ବସ୍ତି ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରତି ବସ୍ତିକୁ ଭଲ ରାସ୍ତା,ଭଲ ପିଇବା ପାଣି,ବିଜୁଳି ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯାଇଛି । ପ୍ରତି ବସ୍ତିକୁ ଗୋଟିଏ ଆଦର୍ଶ କଲୋନୀ କରାଯାଉଛି ।
ସେହିପରି ଗରିବ ଲୋକଙ୍କୁ ସବୁ ଅଧିକାର ମଧ୍ୟ ଦିଆଯାଉଛି । ସେହିପରି ଗାଁରେ ରହିଥିବା ଗରିବ ଲୋକଙ୍କୁ ଜମି,ପାଣି,ଗାଁର ରାସ୍ତା ବିଜୁଳି ଆଦି ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଉଛି ବୋଲି କହିଛନ୍ତି । ସେହିପରି ମିଶନ ଶକ୍ତିର ମା' ମାନେ କୋଭିଡ କାମ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବହୁ ଭଲ କାମ କରୁଛନ୍ତି। ମା'ମାନଙ୍କ ଉନ୍ନତି ମୋତେ ବହୁତ ଖୁସି ଦେଇଥାଏ । ମୁଁ ସୁବେବେଳ ଆପଣଙ୍କ ସାଙ୍ଗରେ ରହିଛି । ବାଲେଶ୍ୱର ଆସିଲେ ଫକୀରମୋହନ ସେନାପତିଙ୍କ କଥା ମନେପଡେ।
ଫକୀରମୋହନ ତାଙ୍କ ପସନ୍ଦର ଲେଖକ। ତାଙ୍କ ରଚିତ ରେବତୀ ତାଙ୍କୁ ସବୁବେଳେ ପ୍ରେରଣା ଯୋଗାଇଥାଏ। ଏହାଛଡା ବିଜୁ ବାବୁ ଏବଂ ଡ.ଏପିଜେ ଅବଦୁଲ କାଲାମଙ୍କ କଥା ମନେପଡ଼େ ବୋଲି ସେ କହିଛନ୍ତି । ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ବେଳେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପୃଥ୍ୱୀ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ସାଧାରଣ ନିର୍ବାଚନକୁ ଆଉ ତିନି ବର୍ଷ ବାକି ରହିଥିବା ବେଳେ ଆହୁରି ବହୁତ କାମ କରିବାକୁ ବାକିରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଣୁ ମତଦାନ ପାଇଁ ସମସ୍ତେ ସତର୍କ ହୋଇ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Fast