Dailyhunt

ମୁମ୍ବାଇରେ ଡିସେମ୍ବର ୩୧ ଯାଏ ଲକଡାଉନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ନଜରରେ ରଖି ଲକ୍ଡାଉନ୍ ସମୟସୀମାକୁ ଡିସେମ୍ବର ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର। ଗତ ଦୁଇମାସ ମଧ୍ୟରେ ରାଜ୍ୟରେ ଲକଡାଉନ୍ ନିୟମାବଳୀକୁ କିଛିମାତ୍ରାରେ କୋହଳ କରାଯାଇଛି। ଚଳିତ ସପ୍ତାହ ଆରମ୍ଭରେ ରାଜ୍ୟର ଧାର୍ମିକ ସ୍ଥଳଗୁଡ଼ିକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ଚଳିତ ସପ୍ତାହରେ ରାଜ୍ୟର କିଛି ସ୍ଥାନରେ ୯ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଖୋଲାଯାଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Fast