Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପରିବର୍ତନଶୀଳ ପରିବେଶ ସହ ହୋଟେଲ ଶିଳ୍ପ ଖାପ ଖୁଆଇବା ଜରୁରୀ

ପରିବର୍ତନଶୀଳ ପରିବେଶ ସହ ହୋଟେଲ ଶିଳ୍ପ ଖାପ ଖୁଆଇବା ଜରୁରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଶ୍ୱରେ ଦ୍ରୁତଗତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ହେଉଥିବା ବେଳେ ବର୍ତମାନ ପରିସ୍ଥିତିରେ ଶିକ୍ଷା ଗ୍ରହଣ ପ୍ରକ୍ରିୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ୍ ଶିଳ୍ପରେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ ଏକ ଭର୍ଚୁଆଲ୍ ଲେକ୍‌ଚର ସିରିଜି୍‌ରେ ଆଲୋଚନା କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଏହି ଭର୍ଚୁଆଲ୍ ଲେକ୍‌ଚର ସିରିଜ୍ ଆୟୋଜିତ ହୋଇଯାଇଛି। କୋଭିଡ-୧୯ ମହାମାରୀ ସମୟରେ ବଂଚିବା ନିମନ୍ତେ ଜରୁରୀ ହୋଇପଡ଼ୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି "କନେକ୍ଟ ଟୁ ଲର୍ନ" ଶୀର୍ଷକ ଲେକ୍‌ଚର ସିରିଜ୍ ଅନୁଷ୍ଠିତ ହୋଇଥିଲା ।
ପ୍ରଥମ ଲେକ୍‌ଚରର ବିଷୟବସ୍ତୁ ଥିଲା " କ୍ୟାରିୟର୍ ପ୍ରୋଗ୍ରେସନ୍ ଇନ୍ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀ" ଅର୍ଥାତ୍ ହୋଟେଲ୍ ଶିଳ୍ପରେ କ୍ୟାରିୟରରେ ଅଗ୍ରଗତି ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ବର୍ତମାନ ପରିସ୍ଥିତିରେ ହୋଟେଲ୍ ଶିଳ୍ପ ସହିତ ଛାତ୍ରଛାତ୍ରୀମାନଙ୍କୁ ଖାପଖୁଆଇବା । ଏହି ସିରିଜ୍‌ରେ ବକ୍ତା ଭାବେ ତାଜ୍ ହୋଟେଲ୍‌ସ ରିସୋର୍ଟସ୍ ଆଣ୍ଡ ପ୍ୟାଲେସେସ୍‌ର ଲର୍ନିଂ, ଡେଭଲପ୍‌ମେଂଟ ଆଣ୍ଡ ଏମ୍ପଲୟୀ ଏନ୍‌ଗେଜ୍‌ମେଂଟ ବିଭାଗର ସହ ଉପ-ସଭାପତି ଶ୍ରୀମତି ଶିରିଷା ଚନ୍ଦନା ଯୋଗ ଦେଇ ବର୍ତମାନ ପରିସ୍ଥିତିରେ କିଭଳି ହୋଟେଲ ଶିଳ୍ପ କ୍ଷେତ୍ରରେ ନିୟମିତ ଢ଼ଙ୍ଗରେ ଉନ୍ନତମାନର କାର୍ଯ୍ୟ କରାଯିବ ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ ।
ସାମାଜିକ ଦୂରତା ବର୍ତମାନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ତେଣୁ ଆମ ଗ୍ରୁପ୍ ଏ ଦିଗରେ ବେଶ
ଯତ୍ନବାନ ଅଛି । ଲୋକଙ୍କ ସଂସ୍ପର୍ଶରେ କମ୍ ଆସି କିଭଳି କାର୍ଯ୍ୟ କରାଯାଇପାରିବ ତାହା ବର୍ତମାନ ଜରୁରୀ । ଆମ ହୋଟେଲ୍ ଗୁଡ଼ିକରେ ଚେକ୍‌-ଇନ୍ ଏବଂ ଚେକ୍‌-ଆଉଟ୍ ପ୍ରକ୍ରିୟାଗୁଡ଼ିକ କିଭଳି ଡିଜିଟାଲ ମାଧ୍ୟମର କରାଯାଇପାରିବ ସେ ଦିଗରେ ଗୁରୁତ୍ୱ ଦିଆଯାଉଛି।
ଲବି, ରେଷ୍ଟୁରାଂଟ ଏବଂ ବାଂକ୍ୱେ୍‌ଟ ହଲ୍‌ର ଡିଜାଇନ୍‌ଗୁଡ଼ିକୁ ପରିର୍ବତନ କରାଯାଇଥିବା ବେଳେ ଆମ ଅତିଥିମାନେ ସେମାନଙ୍କ ପ୍ରିୟ ଖାଦ୍ୟଗୁଡ଼ିକ ଆଇକନିକ୍ ତାଜ୍ ରେଷ୍ଟୁରାଂଟ୍‌ସରୁ ଅର୍ଡର କରିପାରିବେ ସେହି ବ୍ୟବସ୍ଥା କରାଯାଇଛି । ଉଦୟପୁରସ୍ଥିତ ୱଣ୍ଡର୍ ସିମେଂଟ ଲିମିଟେଡ୍‌ର ଫୁଡ୍ ଆଣ୍ଡ ବେଭରେଜେସ୍‌ର ଜେନେରାଲ୍ ମ୍ୟାନେଜର ଶ୍ରୀ ସୀତାରମ ଚନ୍ଦ୍ର ମୂର୍ତି ଏବଂ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ, କ୍ୟାଟରିଂ, ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ୍ ନ୍ୟୁଟ୍ରିସନ୍‌ର ଅଧ୍ୟକ୍ଷ ପ୍ରଫେସର ଶାରଦା ଘୋଷ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ନିଜ ମତବ୍ୟକ୍ତ କରିଥିଲେ। ଏସ୍‌ଏଚ୍‌ଏମ୍‌ର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଦ୍ୱିତୀୟ ଲେକ୍‌ଚର୍‌ର ଶୀର୍ଷକ ଥିଲା "ରି-ଇଞ୍ଜିନିୟରିଂ ସ୍କିଲ୍ସ ଫର୍ ହସ୍ପିଟାଲିଟି ଇଣ୍ଡଷ୍ଟ୍ରି ଇନ୍ ଦ ଚେଞ୍ଜିଙ୍ଗ୍ ସିନାରିଓ" ଅର୍ଥାତ୍ ହୋଟେଲ୍ ଶିଳ୍ପର କୌଶଳଗୁଡ଼ିକ ବର୍ତମାନ ପରିସ୍ଥିତିରେ ପରିବର୍ତନ କରିବା ଜରୁରୀ । ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀସ୍ଥିତ ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି ସ୍କିଲ୍ କାଉନ୍‌ସିଲ୍‌ର ସ୍କିଲ୍ କମ୍ପିଟିସନ୍‌, ଆଣ୍ଡ ଇଣ୍ଡଷ୍ଟି କନେକ୍ଟର ମୁଖ୍ୟ ସେଫ୍ ବିବେକ୍ ସାଗର, ବେଙ୍ଗାଲୁରୁ ସ୍ଥିତ କଫି ଡେ ଗ୍ଲୋବାଲ୍ ଲିମିଟେଡ୍‌ର ସିନିୟର୍ ଜେନେରାଲ୍ ମ୍ୟାନେଜର ଶ୍ରୀ ସୁବ୍ରୋତୋ ଲାହିରି ଏବଂ ସାବିତ୍ରିବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଂଟ୍ ସାଇନ୍ସ ବିଭାଗର ଆସୋସିଏଟ୍ ପ୍ରଫେସର ଡଃ ଦୀପା ପ୍ରସାଦ ଭେଙ୍କଟରମଣ ଯୋଗ ଦେଇ ନିଜର ମତ ପ୍ରକାଶ କରିଥିଲେ ।
ଏହି ଦୁଇଟି ଭର୍ଚୁଆଲ୍ ଲେକ୍‌ଚର ସିରିଜ୍‌ରେ ଏସ୍‌ଏଚ୍‌ଏମ୍‌ର ଆସୋସିଏଟ୍ ପ୍ରଫେସର ସସ୍ମିତା ମହାନ୍ତି ଏବଂ ଆସିଷ୍ଟାଂଟ ପ୍ରଫେସର ମୌଉ ରାୟ ସଂଚାଳନ କରିଥିବା ବେଳେ ଆସୋସିଏଟ୍ ପ୍ରଫେସର ଅଂଶୁମାନ୍ ସାମଲ୍ ଏବଂ ଆସିଷ୍ଟାଂଟ ପ୍ରଫେସର ସଂଘମିତ୍ରା ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ହୋଟେଲ୍ ଶିଳ୍ପ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏସ୍‌ଏଚ୍‌ଏମ୍ ପକ୍ଷରୁ ସାତୋଟି ୱେବିନାର୍ ଆୟୋଜିତ
ହୋଇଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Fast