Wednesday, 23 Sep, 3.05 pm Odisha Infocus

ମୁଖ୍ୟ ଖବର
ଆଜି ହୋଇପାରିଲାନି ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ବଇ : ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ, ଯାହା ଆଜି ହାଇକୋର୍ଟରେ ଶୁଣାଣି ହେବାର ଥିଲା । କିନ୍ତୁ ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଆଜି ମାମଲାର ଶୁଣାଣି ହେବ ନାହିଁ। ପ୍ରବଳ ବର୍ଷା ହେତୁ ଆଜି ହାଇକୋର୍ଟ ବନ୍ଦ ରହିଛି। ରିୟାଙ୍କ ଓକିଲ ସତୀଶ ମନାସିନ୍ଦେ କହିଛନ୍ତି ଯେ ସହରରେ ପ୍ରବଳ ବର୍ଷା ଯୋଗୁଁ ବମ୍ବେ ହାଇକୋର୍ଟର ପ୍ରଧାନ ବିଚାରପତି ଆଜି କୋର୍ଟ ପାଇଁ ଛୁଟି ଘୋଷଣା କରିଛନ୍ତି। ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅସୁବିଧା ଦିନକୁ ଦିନ ବଢିବାରେ ଲାଗିଛି। ମଙ୍ଗଳବାର ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ରିୟାଙ୍କ ନ୍ୟାୟିକ ହେପାଜତକୁ ୬ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଏହାପୂର୍ବରୁ ସୁଶାନ୍ତ ମାମଲାରେ ଡ୍ରଗ୍ସ ଲିଙ୍କ ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ମଙ୍ଗଳବାର ଦିନ ଏକ ସ୍ୱତନ୍ତ୍ର କୋର୍ଟରେ ରିୟାଙ୍କୁ ହାଜର କରିଛି। ଏନସିବି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସ୍ୱତନ୍ତ୍ର ପବ୍ଲିକ୍ ଓକିଲ ଅତୁଲ ସରପଣ୍ଡେ କହିଛନ୍ତି ଯେ ରିୟାଙ୍କ ଭାଇଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟରେ ହାଜର କରାଯିବ। ଏହାପୂର୍ବରୁ ସେପ୍ଟେମ୍ବର ୧୧ ରେ ରିୟା, ତାଙ୍କ ଭାଇ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ସ୍ୱତନ୍ତ୍ର କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଡ୍ରଗ୍ସ ମାମଲାରେ ଅନେକ ରାଉଣ୍ଡ ପଚରାଉଚରା ପରେ ରିୟାଙ୍କୁ ୯ ସେପ୍ଟେମ୍ବରରେ ଏନସିବି ଗିରଫ କରିଥିଲା।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Infocus
Top