Wednesday, 23 Sep, 7.57 pm Odisha Infocus

ମୁଖ୍ୟ ଖବର
ବିନା ଭକ୍ତରେ ହେବ ମହାପ୍ରଭୁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ !

ଦୀର୍ଘ ୨୬ ବର୍ଷ ପରେ ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ପଡୁଛି ମହାପ୍ରଭୁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ । କିନ୍ତୁ ମହାମାରୀ କରୋନା ସଂକ୍ରମଣ କାରଣରୁ ଏବର୍ଷ ଭକ୍ତ ଏହି ଦୁର୍ଲ୍ଲଭ ବେଶ ଦେଖିବା ନେଇ ଆଶଙ୍କା ରହିଛି । ଅନୁମାନ କରାଯାଉଛି ଯେ ଏ ବର୍ଷର ବିନାଭକ୍ତରେ ରଥଯାତ୍ରା ପରି ବିନାଭକ୍ତରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଯେ ଏହି ଦୁର୍ଲ୍ଲଭ ବେଶ ସେହି ବର୍ଷ ହୁଏ, ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ୬ ଦିନ ପଡେ । ଚଳିତ ବର୍ଷ କାର୍ତ୍ତିକ ଦ୍ଵାଦଶୀ ମଳ ତିଥିରେ ବେଶ ଅନୁଷ୍ଠିତ ହେବ । ୨୬ ବର୍ଷ ତଳେ ୧୯୯୪ ନଭେମ୍ବର ମାସ ୧୬ ତାରିଖ ମଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହୋଇଥିଲା ।

ଏହି ବେଶ ନାଗା ବେଶ ଭଳି ସରଞ୍ଜାମରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ । ବେଶ ନେଇ ରେକର୍ଡ ଅଫ ରାଇଟ୍ସ ଅନୁଯାୟୀ ବେଶ ଅଭୂଷଣ ଅଧିକାର ପାଇଥିବା ଅଧିକାରୀ ସେବକ ଚକ୍ରକୋଟ ବଲରାମ ଖୁଣ୍ଟିଆଙ୍କ ସହିତ ଶ୍ରୀମନ୍ଦିର ନୀତି ପ୍ରଶାସକ ଆଲୋଚନା କରିଛନ୍ତି । ବେଶ ଅଧିକାରୀ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି । ତେବେ ଏ ସଂକ୍ରାନ୍ତରେ ନୀତି ସବ କମିଟି ଓ ଛତିଶା ନିଯୋଗ ବୈଠକରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ । ପ୍ରଶାସନ ପକ୍ଷରୁ ପ୍ରକାଶ ଯେ ଭକ୍ତ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ସେ ସମୟର କରୋନା ପରିସ୍ଥିତି ଉପରେ ନିର୍ଭର କରିବ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Infocus
Top