Wednesday, 23 Sep, 3.29 pm Odisha Infocus

ମୁଖ୍ୟ ଖବର
ଚାରି ବର୍ଷ ପାଇଁ ବାସନ୍ଦ ହେଲେ ଭାରତୀୟ ବାସ୍କେଟବଲ ଦଳର ଖେଳାଳୀ ଅର୍ଶପ୍ରୀତ ସିଂ

ନୂଆଦିଲ୍ଲୀ : ଭାରତୀୟ ବାସ୍କେଟବଲ ଦଳର ଅର୍ଶପ୍ରୀତ ସିଂ ଡୋପ ଟେଷ୍ଟରେ ଧରାପଡିବା ପରେ ଚାରି ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ନାଡା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅର୍ଶପ୍ରୀତ ଶକ୍ତି ବର୍ଦ୍ଧକ କିଛି ଜିନିଷ ସେବନ କରୁଥିଲେ ଏବଂ ତାଙ୍କ ନମୁନାରେ ଷ୍ଟିମିଲେଟ ଡାମେଥାଇଲ ପେଣ୍ଟିଲାମାଇନ ଥିବା ଜଣା ପଡିଛି ।

ନାଡା ପକ୍ଷରୁ ତାଙ୍କ ନମୁନା ଗତବର୍ଷ ଡିସେମ୍ବର ମାସରେ ଲୁଧିଆନାରେ ଅନୁଷ୍ଠିତ ହେଉଥିବା ୭୦ ତମ ନ୍ୟାସନାଲ ମିଟ ସମୟରେ ସଂଗ୍ରହ କରାଯାଇଥିଲା । ଡୋପ ଟେଷ୍ଟରେ ଧରାପଡିବା ପରେ ନାଡା ତାଙ୍କ ଉପରେ ଚାରି ବର୍ଷର ପ୍ରତିବନ୍ଧକ ଲଗାଇଛି । ଏହି ବ୍ୟାନ ଅନୁସାରେ ଅର୍ଶପ୍ରୀତ ୨୦୨୪ ସେପ୍ଟେମ୍ବର ୧୬ ତାରିଖ ଯାଁଏ କୌଣସି ପ୍ରକାର ବାସ୍କେଟବଲ ଖେଳ ଖେଳିପାରିବେନି ବୋଲି ସୂଚନା ମିଳିଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Infocus
Top