Wednesday, 23 Sep, 12.35 pm Odisha Infocus

ମୁଖ୍ୟ ଖବର
ଦେଶରେ ଦିନକରେ କରୋନାରୁ ଲକ୍ଷାଧିକ ସୁସ୍ଥ ହେବାର ରେକର୍ଡ, ତେଣେ ୮୪,୩୪୭ ଆକ୍ରାନ୍ତ, ୧୦୮୫ ମୃତ

ଦେଶରେ ଆଜି ୨୪ ଘଣ୍ଟାରେ ୮୪ ହଜାର ୩୪୭ ଜଣ ସଂକ୍ରମିତ ହୋଇଥିବାବେଳେ ୧୦୮୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ମୋଟ ସଂକ୍ରମିତ ସଂଖ୍ୟା ୫୬ ଲକ୍ଷ ୪୬ ହଜାର ୧୧କୁ ବୃଦ୍ଧି ପାଇଥିବାବେଳେ ମୋଟ କରୋନା ମୃତ୍ୟୁସଂଖ୍ୟା ସେପରି ୯୦ ହଜାର ୫୦କୁ ବୃଦ୍ଧି ପାଇଛି । ସକ୍ରିୟ ସଂଖ୍ୟା ୯ ଲକ୍ଷ ୬୮ ହଜାର ୩୭୭ ରହିଛି । ଏ ପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ୪୫ ଲକ୍ଷ ୮୭ ହଜାର ୬୧୪ ଜଣ । ତେବେ ସବୁଠାରୁ ବଡ କଥା ହେଉଛି, ଗତକାଲି ୨୪ ଘଣ୍ଟାରେ ୧ ଲକ୍ଷ ୧ ହଜାର ୪୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଯାହାକି ପୃଥିବୀରେ ଏକ ରେକର୍ଡ ସୃଷ୍ଟି କରିଛି ।

ମହାରାଷ୍ଟ୍ରରେ ୩୩,୪୦୭, ଦିଲ୍ଲୀରେ ୫,୦୫୧, ଗୁଜରାଟରେ ୩,୩୫୩, କର୍ଣାଟକରେ ୮,୨୨୮, ଆନ୍ଧ୍ରପ୍ରଦେଶରେ ୫,୪୬୧ ଓ ପଶ୍ଚିମବଙ୍ଗରେ ୪,୪୮୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଦେଶରେ ଗତ ୨୪ ଘଣ୍ଟାରେ ୯ ଲକ୍ଷ ୫୩ ହଜାର ୬୮୩ ନମୁନା ପରୀକ୍ଷା କରାଯାଇଥିବାବେଳେ ଏଯାବତ ସର୍ବମୋଟ ୬ କୋଟି ୬୨ ଲକ୍ଷ ୭୯ ହଜାର ୪୬୨ ନମୁନା ପରୀକ୍ଷଣ ହୋଇଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Infocus
Top