Wednesday, 23 Sep, 6.58 pm Odisha Infocus

ମୁଖ୍ୟ ଖବର
କରୋନା ଚିକିତ୍ସାରେ ରାଜ୍ୟ ସରକାରଙ୍କ ବଡ ସଫଳତା

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ଫଳପ୍ରଦ ପଦକ୍ଷେପ ନେବାର ପ୍ରମାଣ ଦେଖିବାକୁ ମିଳିଛି । ସଂକ୍ରମଣ ରୋକିବା ଦିଗରେ ତଥା ଚିକିତ୍ସା ଦିଗରେ ରାଜ୍ୟ ସରକାରଙ୍କ ତତ୍ପରତା ଫଳରେ କରୋନା କବଳରୁ ସୁସ୍ଥତା ଦିଗରେ ଓଡିଶା ଏକ ମାଇଲଖୁଣ୍ଟି ସୃଷ୍ଟି କରିଛି । ସୁସ୍ଥ ସଂଖ୍ୟା ଦେଢ ଲକ୍ଷ ଟପିଯାଇଛି । ସାରା ବିଶ୍ବ ତଥା ଦେଶ ତୁଳନାରେ ଓଡିଶାରେ ମୃତ୍ୟୁହାର କମ ଥିବାବେଳେ ସୁସ୍ଥ ହାର ଅଧିକ ରହିଛି ।

ଏନେଇ ଟ୍ଵିଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇବା ସହିତ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କ ଯୋଗୁ ସମ୍ଭବ ହୋଇଥିବା ପ୍ରକାଶ କରିଛନ୍ତି । ଦୈନିକ ସଂକ୍ରମଣ ନେଇ ଯେତିକି ନୂଆ ଆକ୍ରାନ୍ତ ଆସୁଛନ୍ତି ପ୍ରାୟ ସେତିକି ସୁସ୍ଥ ହେଉଥିବାରୁ ଏବେ ସକ୍ରିୟ ଆକ୍ରାନ୍ତ ସଂଖ୍ଯାରେ ବିଶେଷ ବୃଦ୍ଧି ଦେଖିବାକୁ ମିଳୁନି । ଯାହାକି ଏକ ବଡ ଆଶ୍ଵାସନାର ବିଷୟ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Infocus
Top