Wednesday, 23 Sep, 12.03 pm Odisha Infocus

ଆଞ୍ଚଳିକ
ନିଆଗଲା ବଡ ନିଷ୍ପତ୍ତି, ମୃତ୍ୟୁପରେ ଆଉ ହେବନାହିଁ କରୋନା ଟେଷ୍ଟ

ମୃତ୍ୟୁ ପରେ ଆଉ କରୋନା ଟେଷ୍ଟ ନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସବୁ ହସ୍ପିଟାଲକୁ ଏନେଇ ନିର୍ଦ୍ଦେଶନାମା ଦିଆଯାଇଛି । ମେଡିକାଲରେ ଭର୍ତ୍ତିବେଳେ ରୋଗୀଙ୍କ ସବୁ ତଥ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ରଖିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର ସବୁ ହସ୍ପିଟାଲଗୁଡିକୁ ନିର୍ଦ୍ଦେଶନାମା ଜାରିକରିଛନ୍ତି । ରୋଗୀ ଚିକିତ୍ସା କରୁଥିବା ଡାକ୍ତରଙ୍କ ତଥ୍ୟ ମଧ୍ୟ ରଖିବାକୁ ପଡିବ ବୋଲି ନିର୍ଦ୍ଦେଶନାମାରେ ରହିଛି । କେବଳ ସେତିକି ନୁହେଁ, ୪୮ ଘଣ୍ଟା ମଧ୍ୟରେ କରୋନା ମୃତକଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ରହିଛି ।

ସୂଚନାଯୋଗ୍ୟ ଯେ ରୋଗୀଙ୍କ ମୃତ୍ୟୁପରେ ମୃତଦେହ ମୃତକଙ୍କ ଆତ୍ମୀୟ ବା ପରିବାରବର୍ଗଙ୍କୁ ହସ୍ତାନ୍ତର କରିବାରେ ବିଳମ୍ବ ହେଉଥିଲା । ତେଣୁ ଏହି ଅଯଥା ବିଳମ୍ବକୁ ଏଡାଇବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Infocus
Top