Wednesday, 23 Sep, 2.58 pm Odisha Infocus

ମୁଖ୍ୟ ଖବର
ଓଜେଇଇ ପାଇଁ ଆଜି ଆବେଦନ ପାଇଁ ଶେଷ ତାରିଖ

ଭୁବନେଶ୍ବର : ଆଜି ରାତି ୧୨ଟା ପୂର୍ବରୁ ଓଜେଇଇ ପାଇଁ ଅନଲାଇନରେ ଆବେଦନ କରିପାରିବେ। ଯେଉଁ ଛାତ୍ରଛାତ୍ରୀ ଓଜେଇଇ ପାଇଁ ଅନଲାଇନ ଆବେଦନ କରିଥିବେ ସେମାନେ ଆସନ୍ତକାଲି ଦିନ ୧୧ଟା ସୁଦ୍ଧା ଅନଲାଇନ ଫି ଜମା କରିପାରିବେ। ଏଥିପାଇଁ ଛାତ୍ରାଛାତ୍ରୀମାନେ www.ojee.nic.in / www.odishajee.com ରେ ଆବେଦନ କରିପାରିବେ।

ଆସନ୍ତା ଅକ୍ଟୋବର ୧୨ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଓଜେଇଇ ଅନଲଲାଇନ୍‌ ପରୀକ୍ଷା ପାଇଁ ରାଜ୍ୟର ବିଭିନ୍ନ ସହରରେ ୨୧ଟି ଏବଂ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ରାଜ୍ୟ ବାହାରେ ୩ଟି କେନ୍ଦ୍ର ହେଉଛି ରାଞ୍ଚି, କୋଲକାତା ଓ ପାଟନା ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Infocus
Top