Wednesday, 23 Sep, 11.43 am Odisha Infocus

ମୁଖ୍ୟ ଖବର
ରାଜ୍ୟରେ ୪୨୩୭ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ

ଆଜି ରାଜ୍ୟରେ ୪୨୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟିନ ସେଣ୍ଟରରୁ ୨୪୮୫ ଚିହ୍ନଟ ହୋଇଥିବାବେଳେ ଲୋକାଲରୁ ୧୭୫୨ ଜଣ ଚିହ୍ନଟ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୫୩ ହଜାର ୨୧୩ ଜଣ । ସେପରି ୩୮ ହଜାର ୫୪୬ ସକ୍ରିୟ ଆକ୍ରାନ୍ତ ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲଗୁଡିକରେ ଚିକିତ୍ସିତ ହେଉଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ ୭୩୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ ପୁଲରୁ ୪୨୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୪୭, କଟକରୁ ୫୭୭, ପୁରୀରୁ ୨୧୯, ଝାରସୁଗୁଡାରୁ ୨୦୫, ଯାଜପୁରରୁ ୨୦୧, ଜଗତସିଂହପୁରରୁ ୧୭୩, ଷ୍ଟେଟ ପୁଲରୁ ୧୬୯, ବାଲେଶ୍ଵରରୁ ୧୬୧, କେନ୍ଦ୍ରାପଡାରୁ ୧୪୮, ମୟୂରଭଞ୍ଜରୁ ୧୩୯, ଭଦ୍ରକରୁ ୧୩୬, ସୋନପୁରରୁ ୧୩୧, ବରଗଡରୁ ୧୨୧, ନୂଆପଡାରୁ ୧୧୫, ସମ୍ବଲପୁରରୁ ୧୧୧, ଅନୁଗୁଳରୁ ୧୧୦, ସୁନ୍ଦରଗଡରୁ ୧୦୧, କୋରାପୁଟରୁ ୮୯, ଗଞ୍ଜାମରୁ ୭୧, ଢେଙ୍କାନାଳ ଓ ନବରଙ୍ଗପୁରରୁ ୭୦ ଲେଖାଏଁ, ବଲାଙ୍ଗିରରୁ ୬୭, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୫୫, ରାୟଗଡାରୁ ୫୧, ନୟାଗଡରୁ ୫୦, ମାଲକାନଗିରିରୁ ୪୪, ବୌଦ୍ଧରୁ ୪୩, ଗଜପତି ଓ କେନ୍ଦୁଝରରୁ ୪୨ ଜଣ ଲେଖାଏଁ ଓ ଦେବଗଡରୁ ୨୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Infocus
Top