Friday, 22 Jan, 9.34 pm ଓଡିଶା ଖବର

ଦେଶ ବିଦେଶ
ଭୁଟାନ, ମାଳଦ୍ବୀପ ପରେ ବାଂଲାଦେଶ, ନେପାଳକୁ କରୋନା ଟିକା ପଠାଇଲା ଭାରତ

ନୂଆଦିଲ୍ଲୀ : ଭୁଟାନ ପରେ ପ୍ରଥମ ପର୍ଯ୍ୟାୟରେ ଭାରତ ପଡୋଶୀ ଦେଶ ବାଂଲାଦେଶ ଓ ନେପାଳକୁ ୩୦ ଲକ୍ଷ ଡୋଜ୍ କରୋନା ଟିକା ପଠାଇଛି। ଦୁଇଟି ବିମାନ ଯୋଗେ ଏହି ଟିକା ସବୁ ଏହି ସବୁ ଟିକା ମାଗଣାରେ ପଠାଯାଇଛି । ବାଂଲାଦେଶକୁ ୨୦ଲକ୍ଷ କୋଭିସିଲ୍ଡ ଡୋଜ୍ ପଠାଯାଇଥିବାବେଳେ ନେପାଳକୁ ୧୦ଲକ୍ଷ କୋଭିସିଲ୍ଡ ଡୋଜ୍ ପଠାଯାଇଛି। ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତର ଭାରତର ଏହି ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଦୁଇ ରାଷ୍ଟ୍ର ବ୍ୟତୀତ ମାଳଦ୍ବୀପ, ମ୍ୟାଁମାର, ସିଚେଲ୍ସକୁ ଭାରତ ପ୍ରଥମ ପର୍ୟ୍ୟାୟରେ କରୋନା ଟିକା ଯୋଗାଇ ଦେବାକୁ ଘୋଷଣା କରିଛି। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ମରିସସ୍‌କୁ କରୋନା ଟିକା ଯୋଗାଇ ଦିଆଯିବ ବୋଲି ଜଣାପଡିଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Khabar.in
Top