Monday, 10 Aug, 6.57 am ଓଡିଶା ଖବର

Posts
ସାବଧାନ, ଚୀନରୁ ଆସିପାରେ ଅଜଣା ପାର୍ସଲ।  ଜମିରେ ବୁଣିଲେ ବର୍ଷ ବର୍ଷ ଧରି ନଷ୍ଟ ହୋଇପାରେ ଫସଲ, ଆମେରିକା, ଜାପାନ ଓ କାନାଡ଼ାକୁ ପାର୍ସଲ ଆସିବା ପରେ ବଢ଼ିଲା ଭୟ

ସାବଧାନ, ଚୀନରୁ ଆସିପାରେ ଅଜଣା ପାର୍ସଲ।  ଜମିରେ ବୁଣିଲେ ବର୍ଷ ବର୍ଷ ଧରି ନଷ୍ଟ ହୋଇପାରେ ଫସଲ, ଆମେରିକା, ଜାପାନ ଓ କାନାଡ଼ାକୁ ପାର୍ସଲ ଆସିବା ପରେ ବଢ଼ିଲା ଭୟ
 କାହା ଘରକୁ ବି ଆସିପାରେ ଏକ ଅଜଣା ବିହନ ଭରା ପାର୍ସଲ । ଆଉ ଏହି ବିହନ ପାର୍ସଲ ପହଞ୍ଚୁଛି ଚାଷୀର ଘରେ । ବିହନ ପାର୍ସଲ ଦେଖ୍ ଖୁସି ହୋଇ ଯଦି ଚାଷୀ ଏହାକୁ ନିଜ ଜମିରେ ବୁଣିଦିଏ , ତେବେ କଥା ସରିଲା । ବର୍ଷ ବର୍ଷ ଯାଏ , ସେ ଜମିରେ ଆଉ କିଛି ଚାଷ ହେବନି । ଏବେ ଏଭଳି ଏକ ଭୟ ଚାରିଆଡେ ଗ୍ରାସିବାରେ ଲାଗିଛି । ଏନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ସବୁ ରାଜ୍ୟ ସରକାରଙ୍କୁ ସତର୍କ କରାଇଦେଇଛନ୍ତି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଆମେରିକା , କାନାଡା , ଲଣ୍ଡନ , ନ୍ୟୁଜିଲାଣ୍ଡ , ଜାପାନ ଓ କିଛି ୟୁରୋପୀୟ ଦେଶରେ ଏଭଳି ପାର୍ସଲ ପହଞ୍ଚୁଛି । ଗତ କିଛି ମାସ ମଧ୍ୟରେ ସାରା ବିଶ୍ବରେ ଏମିତି ହଜାର ହଜାର ବିହନ ପ୍ୟାକେଟ୍ ଧରାଯାଇଛି । ଆମେରିକା କୃଷି ବିଭାଗ ଏହାକୁ ବ୍ରସିଂ ସ୍କାମ ଓ ଏଗ୍ରିକଲଚରାଲ ସ୍ମଗଲିଂ ବୋଲି କହୁଛି ।
ଏହି ସଂଜି ଅସ୍ବାଭାବିକ ଭାବେ ଫସଲରେ ରୋଗ ସୃଷ୍ଟି କରିବା ଆଶଙ୍କା ରହିଛି । ଏହା ପରିବେଷ , କୃଷି ଓ ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । ଚୀନ୍ ପକ୍ଷରୁ ଏଭଳି ବିହନ ସାରା ବିଶ୍ବକୁ ପଠାଯାଉଛି ବୋଲି କେତେକ ସନ୍ଦେହ ପ୍ରକାଶ କରୁଥିବା ବେଳେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ଆମେରିକା ଓ ୟୁରୋପୀୟ ଦେଶ ଗୁଡ଼ିକ ମଧ୍ୟ ଏହା ଚୀନରୁ ଆସିଛି ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ସତର୍କବାଣୀ ପରେ ଓଡିଶା ସରକାର ମଧ୍ୟ ସବୁ । ଜିଲ୍ଲାର କୃଷି ଅଧୁକାରୀ ମାନଙ୍କୁ ସତର୍କ କରାଇଛନ୍ତି । ଓଡ଼ିଶା ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ କହିଛନ୍ତି , ଏଭଳି ବିହନ ପାର୍ସଲ ଭାରତକୁ ମଧ୍ୟ ଆସିସାରିଛି । କୌଣସି ପରିସ୍ଥିତିରେ ଏହାକୁ ବ୍ୟବହାର ନକରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେପଟେ ଓୟୁଏଟିର କୃଷି ବିଶେଷଜ୍ଞ ତାପସ ମିଶ୍ର କହିଛନ୍ତି , ଏଭଳି ପରିସ୍ଥିତିରେ ସତର୍କ ରହିବାର ଆବଶ୍ୟକତା ରହିଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: odisha khabara
Top