Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୧୦ ଗ୍ରାମ ବ୍ରାଉନସୁଗାର ଜବତ , ୩ ବେପାରୀ ଗିରଫ

୧୦ ଗ୍ରାମ ବ୍ରାଉନସୁଗାର ଜବତ , ୩ ବେପାରୀ ଗିରଫ

ଭୁବନେଶ୍ୱର, ୨୦/୦୫ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପାଣ୍ଡିରି ଗାଁ ପାଟସାମୁଲେଇ ରୋଡରୁ ଚଢାଉ କରି ୧୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହି ଘଟଣାରେ ୩ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ବ୍ରାଉନ ସୁଗାର ବ୍ୟବସାୟୀ ମାନେ ହେଲେ ଭଦ୍ରକ ବଡଶଙ୍କର ପୂରୁର ଶେଖ୍ ଅନିଲ , ଶେଖ୍ ସେହେଜାଦ କାଦିର ଏବଂ ଜଗତସିଂହପୁର କୃଷ୍ଣାନନ୍ଦପୂରର ଶେଖ୍ ଅମନ ଅଲ୍ଲୀ ।

ଅଭିଯୁକ୍ତ ମାନଙ୍କ ଠାରୁ ଦୁଇଟି ବାଇକ୍ , ମୋବାଇଲ ଫୋନ ଓ ନଗଦ ଟଙ୍କା ଜବତ ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in