Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୨୦ରୁ ଅଗଷ୍ଟ ୧୩ ଯାଏ ଚାଲିବ ସଂସଦ ମୌସୁମୀ ଅଧିବେଶନ

୨୦ରୁ ଅଗଷ୍ଟ ୧୩ ଯାଏ ଚାଲିବ ସଂସଦ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ, ୦୪/୦୭ : ସଂସଦ ଉଭୟ ଗୃହର ମୌସୁସୀ ଅଧିବେଶନ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ଆସନ୍ତା ୨୦ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭାର ମୌସୁମୀ ଅଧିବେଶନ ଚାଲିବ । ଭାରତ ସରକାରଙ୍କ ସୁପାରିଶ ଆଧାରରେ ଦୁଇ ସଦନର ଅଧିବେଶନ ପାଇଁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଅନୁମୋଦନ ଦେଇଛନ୍ତି ।

ଶନିବାର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜି ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ପ୍ରଦାନ କରିଛନ୍ତି । ସଂସଦର ମୌସୁମୀ ଅଧିବେଶନ ୨୦ ଜୁଲାଇ, ୨୦୨୬ ସୋମବାରରୁ ଆରମ୍ଭ ହେବ ଏବଂ ୧୩ ଅଗଷ୍ଟ, ୨୦୨୬ ଗୁରୁବାର ଶେଷ କାର୍ଯ୍ୟ ଦିବସ ରହିବ । ଏହି ସମୟ ମଧ୍ୟରେ, ଉଭୟ ଗୃହରେ ଦେଶର ବିଭିନ୍ନ ପ୍ରସଙ୍ଗରେ ବିତର୍କ ଏବଂ ଆଲୋଚନା ହେବ । ଏହା ସହିତ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହୀତ ହୋଇପାରେ ।

ତେବେ ଏଥିରେ କେତୋଟି କାର୍ଯ୍ୟ ଦିବସ ରହିବ ଏବଂ କେତେ ଦିନ ଛୁଟି ରହିବ ସେ ନେଇ ବିସ୍ତୃତ ସୂଚନା ଦିଆଯାଇନାହିଁ । ଏହା ସହିତ ନିକଟରେ ନବ ନିର୍ବାଚିତ ହୋଇଥିବା ରାଜ୍ୟସଭା ସଦସ୍ୟମାନେ ଶପଥ ଗ୍ରହଣ କରିବେ । ତେବେ ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସେହିପରି ପୂର୍ବ ସ୍ୱତନ୍ତ୍ର ଅଧିବେଶନରେ ମାତ ଖାଇଥିବା ମହିଳା ସଂରକ୍ଷଣ ବିଲକୁ ସରକାର ପୁଣି ଥରେ ପାରିତ କରିବାକୁ ଚେଷ୍ଟା କରିପାରନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in