Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ବ୍ୟାଙ୍କ ଧର୍ମଘଟ

୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର, ୨୦/୦୯ : ଆସନ୍ତା ୨୮ ତାରିଖରୁ ପୁଣି ବ୍ୟାଙ୍କ ଧର୍ମଘଟ । ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଫଳରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।

ଏହି ପରିପ୍ରେକ୍ଷୀରେ ଏସ୍‌ବିଆଇ ତାର ଗ୍ରାହକମାନଙ୍କୁ ଧର୍ମଘଟ ତାରିଖ ପୂର୍ବରୁ ଜରୁରୀ ବ୍ୟାଙ୍କିଂ କାରବାର ସାରିଦେବାକୁ ପରାମର୍ଶ ଦେଇଛି । ଧର୍ମଘଟ ସମୟରେ ଆବଶ୍ୟକ ସେବା ଜାରି ରଖିବା ପାଇଁ ସମ୍ଭବ ସମସ୍ତ ପଦକ୍ଷେପ ନିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏଇ ମାସ ୧୧ ତାରିଖରେ ମଧ୍ୟ ବ୍ୟାଙ୍କ ଧର୍ମଘଟ ହୋଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in