Dailyhunt
୫୭୧ନଂ ରଖି ଜିଲ୍ଲା ଟପ୍ପର ହେଲେ ଦେବଦର୍ଶି ମଣ୍ଡଳ

୫୭୧ନଂ ରଖି ଜିଲ୍ଲା ଟପ୍ପର ହେଲେ ଦେବଦର୍ଶି ମଣ୍ଡଳ

ହାକାଳପଡ଼ା, ୦୩/୦୫ : ଶନିବାର ମାଧ୍ୟମିକ ଶିକ୍ଷାପରିଷଦ ଓଡିଶା, କଟକ ଦ୍ୱାରା ପରିଚାଳିତ ୨୦୨୫-୨୬ଶିକ୍ଷାବର୍ଷ ର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ପ୍ରକାଶ ପାଇଛି l ଉକ୍ତ ପରୀକ୍ଷା ଫଳ ପ୍ରକାଶନରେ ମହାକାଳପଡ଼ା ବ୍ଲକ ର ୫ ଜଣ ପରୀକ୍ଷାର୍ଥୀ ଏ୧ ଗ୍ରେଡ଼ ହାସଲ କରିଛନ୍ତି l ନିଗମାନନ୍ଦ ହାଇସ୍କୁଲ ର ଛାତ୍ରୀ ଶୁଭଲଷ୍ମୀ ବାଇ, ଡିଆରପି ହାଇସ୍କୁଲ ର ଛାତ୍ର ଶୁଭଜିତ ମଣ୍ଡଳ,ବଜ୍ରବୁଢ଼ୀ ଗାର୍ଲସ ହାଇସ୍କୁଲ ର ଛାତ୍ରୀ କୀର୍ତ୍ତି କୃଷ୍ଣ ପ୍ରିୟଦର୍ଶିନୀ ଉଭୟ ତିନ ଜଣ ୫୪୦ ଲେଖାଏଁ ମାର୍କ ହାସଲ କରିଛନ୍ତି l ସେହିପରି ବିପି ହାଇସ୍କୁଲ ର ଛାତ୍ରୀ ତୁଳସୀ ସ୍ୱାଇଁ ୫୪୬ ମାର୍କ ହାସଲ କରି ସଫଳତାର ସହିତ ଏ୧ ରେ ସ୍ଥାନିତ ହୋଇଛନ୍ତି l ସର୍ବୋପରି ଖରିନାସି ହାଉସ୍କୁଲ ର ଛାତ୍ର ଦେବଦର୍ଶୀ ମଣ୍ଡଳ୯୫ପ୍ରତିଶତ ରୁ ଅଧିକ ଭାବେ ୫୭୧ନମ୍ବର ରଖି ବ୍ଲକ ଟପ୍ପର ହେବା ସହିତ ଜିଲ୍ଲା ଟପ୍ପର ମନ୍ୟତା ହାସଲ କରିଛନ୍ତି l ଶ୍ରୀ ମଣ୍ଡଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର , ରାମନଗର ରେ ପାଠ ପଢା ଆରମ୍ଭ କରିଥିବାରୁ ଆଜି ସଫଳତାର ଶୀର୍ଷ ରେ ପହଂଚି ପାରିଛନ୍ତି l ଏହି ସଫଳତା ପଛରେ ପ୍ରଥମେ ପିତା /,ମାତା ଓ ପରିବାର ବର୍ଗ,ଶିଶୁ ବିଦ୍ୟାମନ୍ଦିର ର ଗୁରୁଜୀ /ଗୁରୁମା ଙ୍କ ସହିତ ହାଇସ୍କୁଲ ଶିକ୍ଷକ /ଶିକ୍ଷୀକା ଙ୍କ ର ମଧ୍ୟ ଢେର ସହଯୋଗ ହେତୁ କୃତିତ୍ୱ ଲାଭ କରିଛନ୍ତି l

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in