ନୂଆଦିଲ୍ଲୀ, ୨୨/୧୧ : କ୍ରିକେଟ୍ ପଡ଼ିଆରେ ପୁଣି ଭାରତ-ପାକିସ୍ତାନ ଲଢ଼େଇ । ରାଇଜିଂ ଷ୍ଟାର୍ସ ଏସିଆ କପ୍ରେ ଆଜି ମୁହାଁମୁହିଁ ହେବେ ଭାରତ-A ଓ ପାକିସ୍ତାନ-A ଦଳ । କାତାରର ଦୋହାରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟା ୩୦ରୁ ମ୍ୟାଚ୍ ଆରମ୍ଭ ହେବ । ଚଳିତ ମାସରେ ତୃତୀୟ ଥର ପାଇଁ ଦୁଇ ଦେଶର ଯୁବ ଦଳ ପରସ୍ପରକୁ ଭେଟିବେ ।

