Dailyhunt
ଆଜି ଜାତୀୟ ନୌବାଣିଜ୍ୟ ଦିବସ

ଆଜି ଜାତୀୟ ନୌବାଣିଜ୍ୟ ଦିବସ

ଭୁବନେଶ୍ୱର, ୦୫/୦୪ : ପ୍ରାଚୀନ କାଳରୁ ଦକ୍ଷିଣ ଭାରତୀୟମାନେ ପୂର୍ବ ଏସିଆ ଏବଂ ପଶ୍ଚିମରେ ଆରବ ଜଗତ ସହିତ ଜାହାଜରେ ପରିବହନ କରିଆସୁଥିଲେ। ଆଧୁନିକ ଯୁଗରେ ଭାରତ ସାମୁଦ୍ରିକ କ୍ଷେତ୍ରରେ ଅନେକ ଅଗ୍ରଗତି କରିଛି। ଭାରତର ସାମୁଦ୍ରିକ ଇତିହାସ ବେଶ୍‌ ସମୃଦ୍ଧ ଏବଂ ଗୌରବମୟ ଅଟେ। ଯେଉଁମାନେ ଭାରତର ସାମୁଦ୍ରିକ ଇତିହାସ ଏବଂ ସାମୁଦ୍ରିକ କ୍ଷେତ୍ରର ବିକାଶରେ ଯୋଗଦାନ ଦେଇଛନ୍ତି, ସେମାନଙ୍କୁ ସ୍ମରଣ କରିବା ଉଦେଶ୍ୟରେ ପ୍ରତିବର୍ଷ ୫ ଏପ୍ରିଲକୁ ଜାତୀୟ ସାମୁଦ୍ରିକ ଦିବସ ପାଳନ କରାଯାଏ।

ଜାତୀୟ ସାମୁଦ୍ରିକ ଦିବସ ଅବସରରେ ଭାରତ ସରକାର ସାମୁଦ୍ରିକ କ୍ଷେତ୍ରର ବିକାଶ ଏବଂ ସାମୁଦ୍ରିକ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏହାସହିତ ସାମୁଦ୍ରିକ କ୍ଷେତ୍ରରେ ସାହସ ପ୍ରଦର୍ଶନ କରିଥିବା ଲୋକଙ୍କୁ ମଧ୍ୟ ସରକାର ପୁରସ୍କାର ପ୍ରଦାନ କରାଯାଏ। ଏହି ଅବସରରେ ସାମୁଦ୍ରିକ କ୍ଷେତ୍ର ସହ ଜଡିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବା ସହ ବନ୍ଦରଗୁଡ଼ିକର ବିକାଶ ପାଇଁ ସରକାରୀ ପ୍ରତିବଦ୍ଧତା ଦୋହରାଯାଇଥାଏ। ଏହି ଦିବସ ଆମ ସାମୁଦ୍ରିକ କ୍ଷେତ୍ରର ସୁରକ୍ଷା, ନିରାପତ୍ତା ଓ ସଂରକ୍ଷଣର ଅପରିହାର୍ଯ୍ୟତାକୁ ମଧ୍ୟ ସୂଚିତ କରୁଛି। ତେବେ ଐତିହାସିକ ମୁହୂର୍ତ୍ତକୁ ସ୍ମରଣୀୟ ରଖିବା ଲାଗି ନୌବାଣିଜ୍ୟ ଦିବସର ପରିକଳ୍ପନା କରାଯାଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in