Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି ସାଢ଼େ ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜଗନ୍ନାଥ ଦର୍ଶନ

ଆଜି ସାଢ଼େ ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜଗନ୍ନାଥ ଦର୍ଶନ

ଭୁବନେଶ୍ୱର, ୦୨/୦୯ : ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବାରୁ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଅଧିକାରିକ ସୂଚନା ଜାରି କରାଯାଇଛି।

ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଅର୍ଥାତ୍ ରେଖାପଞ୍ଚମୀ ଅବସରରେ ଏହି ଗୁପ୍ତନୀତି ପାଳନ କରାଯାଏ। ଶ୍ରୀଜିଉଙ୍କ ଅନେକ ଗୁପ୍ତ ସେବା ମଧ୍ୟରୁ ରାହୁରେଖା ଲାଗି ନୀତି ଅନ୍ୟତମ। ଏହି ନୀତିକୁ ଦଇତାପତି ସେବାୟତମାନେ ପାରମ୍ପରିକ ବିଧି ଅନୁଯାୟୀ ନିଷ୍ଠାର ସହ ସମ୍ପାଦନ କରିଥାନ୍ତି। ସ୍ନାନ ପୂର୍ଣ୍ଣିମା ପରେ ଅନସର ସମୟରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖରୁ ରାହୁରେଖା କାଢ଼ି ଦିଆଯାଇଥିଲା।

ବର୍ତ୍ତମାନ ଭଣ୍ଡାର ଘରୁ ସୁନା ଲାଗିଥିବା ରାହୁରେଖାକୁ ବିଧିବଦ୍ଧ ଭାବେ ବାହାର କରାଯାଇ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଶ୍ରୀମୁଖରେ ଲାଗି କରାଯିବ। ପ୍ରଥମ ଭୋଗମଣ୍ଡପ ନୀତି ସମାପ୍ତ ପରେ ଏହି ବିଶେଷ ନୀତି ଆରମ୍ଭ ହେବ। ରାହୁରେଖା ଲାଗି ନୀତି ଶେଷ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ ଅନୁଷ୍ଠିତ ହେବ ଏବଂ ତା'ପରେ ପୁଣିଥରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଖୋଲାଯିବ। ଭକ୍ତମାନଙ୍କୁ ଅନୁରୋଧ କରାଯାଇଛି ଯେ, ଦର୍ଶନ ପାଇଁ ଯୋଜନା କରିବା ପୂର୍ବରୁ ଏହି ସମୟକୁ ଧ୍ୟାନରେ ରଖନ୍ତୁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in