Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆୟୁଷ୍ମାନରେ ମିଶିବ ନାହିଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା

ଆୟୁଷ୍ମାନରେ ମିଶିବ ନାହିଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା

ଭୁବନେଶ୍ୱର, ୦୧/୦୯ : ସାମ୍ବାଦିକମାନଙ୍କ ପାଇଁ ରାଜ୍ୟରେ ଚାଲୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ଯୋଜନାରେ ମିଶିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ। ଏନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଯେଉଁ ସାମ୍ବାଦିକମାନେ ନୂଆକରି ଏହି ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି, ସେମାନେ ନିୟମ ଅନୁଯାୟୀ ଆବେଦନ କରିପାରିବେ।

ଏହାଦ୍ୱାରା ଯୋଗ୍ୟ ସାମ୍ବାଦିକମାନେ ପୂର୍ବପରି ଯୋଜନାର ସ୍ୱାସ୍ଥ୍ୟ ବୀମା ସୁବିଧା ପାଇପାରିବେ।ସରକାରଙ୍କ ଏହି ନିଷ୍ପତ୍ତିକୁ ସାମ୍ବାଦିକ ମହଲରେ ସ୍ୱାଗତ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in