Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ଆଜି ମିଳିବ ପ୍ରଥମ CEO

ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ଆଜି ମିଳିବ ପ୍ରଥମ CEO

ନୂଆଦିଲ୍ଲୀ, ୦୨/୦୯ : ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ନିଜର ପ୍ରଥମ ସିଇଓ ମିଳିବାକୁ ଯାଉଛି। ଏଥିପାଇଁ ଚାଲିଥିବା ଦୀର୍ଘ ଦିନର ଅପେକ୍ଷାରେ ଶୀଘ୍ର ଅନ୍ତ ପଡ଼ିବ। ସେପ୍ଟେମ୍ବର ୨ ତାରିଖରେ ହେବାକୁ ଥିବା ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଥମ ସିଇଓଙ୍କ ନାମ ଘୋଷଣା ହୋଇପାରେ। ସିଇଓ ଚୟନ ପାଇଁ ଗଠିତ ୩ ଜଣିଆ ସର୍ଚ୍ଚ କମିଟି ନିଜର ଚୂଡ଼ାନ୍ତ ରିପୋର୍ଟ ଟ୍ରଷ୍ଟ ନିକଟରେ ଦାଖଲ କରିସାରିଛନ୍ତି।

ଅଯୋଧ୍ୟାର ମଣିରାମ ଦାସ ଛାଉଣିଠାରେ ଏହି ବୈଠକ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରୁ ପ୍ରଥମ ପର୍ଯ୍ୟାୟ ବୈଠକ ଆରମ୍ଭ ହୋଇ ଟ୍ରଷ୍ଟରେ ଖାଲିପଡ଼ିଥିବା ୩ଟି ଟ୍ରଷ୍ଟି ପଦବୀ ଏବଂ ସାଧାରଣ ସମ୍ପାଦକ (ମହାସଚିବ) ଚୟନ ସମ୍ପର୍କରେ ଆଲୋଚନା ହେବ। ଏହାପରେ ସନ୍ଧ୍ୟା ୪ଟାରୁ ମୁଖ୍ୟ ବୈଠକ ବସିବ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ କେବଳ ସିଇଓ ବାଛିବା ମଧ୍ୟରେ ସୀମିତ ରହିବ ନାହିଁ। ମନ୍ଦିରର ପ୍ରଶାସନିକ ଏବଂ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଧାର୍ମିକ ନ୍ୟାସ କମିଟି, ନିର୍ମାଣ କମିଟି, ଅର୍ଥ କମିଟି, ଅଡିଟ୍ କମିଟି ଏବଂ ପରିଚାଳନା କମିଟିର ପୁନର୍ଗଠନ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ। ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହି ବୈଠକରେ ଜଣେ ସ୍ୱତନ୍ତ୍ର ପ୍ରେସ୍ ପ୍ରବକ୍ତାଙ୍କ ନାମ ଚୂଡ଼ାନ୍ତ କରାଯିବ। ଏହାସହ ଟ୍ରଷ୍ଟର ନିୟମାବଳୀ ସଂଶୋଧନ, ମନ୍ଦିରର ସୁରକ୍ଷା ପାଇଁ ସ୍ଥାନୀୟ ସୁରକ୍ଷା ସମନ୍ୱୟ କମିଟି ଗଠନ ଏବଂ ଆର୍ଥିକ ବର୍ଷର ଆୟ-ବ୍ୟୟ ହିସାବ ଉପରେ ମୋହର ମରାଯିବ। ଉଲ୍ଲେଖଯୋଗ୍ୟ ଯେ, ସିଇଓ ପଦବୀ ପାଇଁ ଆବେଦନ କରିଥିବା ହଜାର ହଜାର ପ୍ରାର୍ଥୀଙ୍କ ମଧ୍ୟରୁ ସର୍ଚ୍ଚ କମିଟି ୩ ଜଣଙ୍କ ନାମ ସୁପାରିଶ କରିଛି, ଯାହା ଉପରେ କାଲି ବୈଠକରେ ନିଷ୍ପତ୍ତି ନିଆଯିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in