ଭୁବନେଶ୍ବର, ୨୦/୦୯ : ବାରବାଟୀରେ ଆଜିଠୁ ଟି-୨୦ କ୍ରିକେଟ ମହାସମର। ଚଉକା, ଛକାରେ ବର୍ଷିବ ବାରବାଟୀ ଷ୍ଟାଡିୟମ । ଏଥିପାଇଁ ଭୁବନେଶ୍ବରରେ ପହଁଚିଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରୈନା । ଓଡ଼ିଶା ଟି-୨୦ ଲିଗ୍ CM ଟ୍ରଫିର ଅଫିସିଆଲ୍ ବ୍ରାଣ୍ଡ ଆମ୍ବାସଡର ଅଛନ୍ତି ସୁରେଶ ରୈନା । ଏହି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ।
ଆଜି ବାରବାଟୀ ଷ୍ଟାଡିୟମରେ ହେବ ବିଗ୍ ଫାଇଟ୍ । କଟକ ପାନ୍ଥର୍ସକୁ ଭେଟିବ ସମ୍ବଲପୁର ୱାରିୟର୍ସ। ଏଥିରେ ସହ-ଆମ୍ବାସଡର ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତି ଅଛନ୍ତି । ଏଥିରେ ୬ଟି ଫ୍ରାଞ୍ଚାଇଜ୍ ଅଛନ୍ତି । ଭୁବନେଶ୍ୱର ଟାଇଗର୍ସ, ପୁରୀ ଟାଇଟନ୍ସ , କେନ୍ଦୁଝର ମାଇନର୍ସ, ରାଉରକେଲା ସୁପରଷ୍ଟାର୍ସ, ସମ୍ବଲପୁର ୱାରିୟର୍ସ, କଟକ ପାନ୍ଥର୍ସ ମଧ୍ୟରେ ଏଢ଼େଇ ହେବ । ଏଥିପାଇଁ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି।

