Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାରଙ୍ଗ ଥାନା ଥାର୍ଡ ଡିଗ୍ରୀ ବିବାଦ : ବଦଳିଲେ ଆଇଆଇସି

ବାରଙ୍ଗ ଥାନା ଥାର୍ଡ ଡିଗ୍ରୀ ବିବାଦ : ବଦଳିଲେ ଆଇଆଇସି

ଭୁବନେଶ୍ୱର, ୩୧/୦୫ : ବାରଙ୍ଗ ଥାନାରେ ଯୁବକ ରାକେଶ ବେହେରା ଓରଫ ମୁନାଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଶେଷରେ ପୋଲିସ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି। ବିବାଦର କେନ୍ଦ୍ରବିନ୍ଦୁରେ ଥିବା ବାରଙ୍ଗ ଥାନା ଆଇଆଇସି ନିରଞ୍ଜନ ବେହେରାଙ୍କୁ ବଦଳି କରାଯାଇ କଟକ ଡିସିପି ଅଫିସକୁ ପଠାଯାଇଛି।

ତାଙ୍କ ସ୍ଥାନରେ ପୁରୀଘାଟ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକଙ୍କୁ ବାରଙ୍ଗ ଥାନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଯେତେବେଳେ ରାକେଶ ବେହେରାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ଯେ, ବାରଙ୍ଗ ଥାନାରେ ପୋଲିସ ତାଙ୍କୁ ଅମାନବିକ ଭାବେ ନିର୍ଯାତନା ଦେଇଥିଲା।

ସୂଚନା ଅନୁସାରେ, ଗତ ୧୬ ତାରିଖରେ ରାକେଶ ନିଜ ସ୍ତ୍ରୀ ନିଖୋଜ ଥିବା ନେଇ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ପରେ ୨୨ ତାରିଖରେ କାଠଯୋଡ଼ି ନଦୀପଠାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ପୋଲିସ ରାକେଶଙ୍କୁ ଚିହ୍ନଟ ପାଇଁ ଥାନାକୁ ଡାକିଥିଲା। ହେଲେ ମୃତଦେହଟି ତାଙ୍କ ସ୍ତ୍ରୀଙ୍କର ନୁହେଁ ବୋଲି ସେ କହିବା ପରେ ତାଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏହି ଅଭିଯୋଗ ପ୍ରକାଶ ପାଇବା ପରେ ଗତ ତିନି ଦିନ ଧରି ରାଜ୍ୟର ରାଜନୈତିକ ଓ ସାମାଜିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ, ବିଭାଗ ଉପରେ ଚାପ ମଧ୍ୟ ବଢ଼ିଥିଲା। ଏଭଳି ପରିସ୍ଥିତି ମଧ୍ୟରେ ଆଜି (ରବିବାର) ପୋଲିସ ବିଭାଗ ଆଇଆଇସି ନିରଞ୍ଜନ ବେହେରାଙ୍କ ବଦଳି ଆଦେଶ ଜାରି କରିଛି। ଘଟଣାର ତଦନ୍ତ ଚାଲିଥିବା ବେଳେ, ଆଗାମୀ ଦିନରେ ଆଉ କିଛି କାର୍ଯ୍ୟନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in