Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗର୍ଭବତୀ ପତ୍ନୀଙ୍କୁ ହତ୍ୟା : ସ୍ୱାମୀ ଗିରଫ

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା : ସ୍ୱାମୀ ଗିରଫ

ନୂଆଦିଲ୍ଲୀ, ୧୮/୦୫ : ଛତିଶଗଡ଼ର ସୁରଗୁଜା ଜିଲ୍ଲା ଅମାନବୀୟ ଏବଂ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ବ୍ୟକ୍ତି ନିଜ ୨୩ ବର୍ଷୀୟା ଗର୍ଭବତୀ ପତ୍ନୀଙ୍କୁ ନୃଶଂସତାର ସହିତ ହତ୍ୟା କରିଛନ୍ତି । ପ୍ରଥମେ ପତ୍ନୀଙ୍କୁ ପିଟିବା ପରେ ପ୍ରାଇଭେଟ ପାର୍ଟରେ ଧାରୁଆ ଅସ୍ତ୍ର ପୁରାଇ ଦେଇଥିଲେ । ଫଳରେ ମହିଳାଙ୍କ ଜୀବନ ଚାଲିଯାଇଥିଲା । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ।

ଛତିଶଗଡ଼ର ସୁରଗୁଜା ମଣିପୁର ଥାନା ଅନ୍ତର୍ଗତ ମିଟିକଲା ଗାଁରେ ପ୍ରଦୀପ ଅଗରିୟା ନିଜ ପତ୍ନୀ ଏବଂ ୪ବର୍ଷର ଝିଅ ସହିତ ରହୁଥିଲେ । ପ୍ରଦୀପ ଏବଂ ହୀରାବାଇଙ୍କ ବିବାହ ୫ ବର୍ଷ ତଳେ ହୋଇଥିଲା । ସ୍ବାମୀ ସବୁବେଳେ ମଦ ପିଇ ସ୍ତ୍ରୀକୁ ମାରପିଟ୍ କରୁଥିଲେ । ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ଲାଗିଥିଲା ।

ଏହାପରେ ପ୍ରଦୀପ ଗର୍ଭବତୀ ପତ୍ନୀକୁ ପିଟିଥିଲେ । ପିଟିବା ପରେ ମହିଳାଙ୍କ ପ୍ରାଇଭେଟ ପାର୍ଟରେ ୧୦ ଇଞ୍ଚର ଧାରୁଆ ଅସ୍ତ୍ର ପୁରାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ଜୀବନ ଚାଲିଯାଇଥିଲା ।

ହସପିଟାଲକୁ ନେବା ପରେ ତାଙ୍କ ସ୍ବାମୀ ଡାକ୍ତରଙ୍କୁ କହିଥିଲେ ଯେ, ଦୁର୍ଘଟଣା ହେବାରୁ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି । କିନ୍ତୁ ଡାକ୍ତର ଯାଞ୍ଚ କରିବା ପରେ ମୃତ ଘୋଷଣା କରିଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ସ୍ବାମୀ ହସପିଟାଲ ଛାଡି ଫେରାର ହୋଇଯାଇଥିଲେ । ପରିବାର ଲୋକଙ୍କୁ ଖବର ଦିଆଯିବା ପରେ ମହିଳାଙ୍କ ପୋଷ୍ଟମର୍ଟମ ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ଯାହା ଆସିଥିଲା, ତାହା ପରିବାର ଲୋକ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ । ପରିବାର ଲୋକଙ୍କ ଏହାକୁ ନେଇ ଥାନାରେ ମାମଲା ଦାୟର କରିଥିଲେ । ଏହାପରେ ପୋଲିସ ମାମଲାର ଯାଞ୍ଚ କରି ଫେରାର ସ୍ବାମୀକୁ ଗିରଫ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in