Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜାମସେଦପୁରରେ ପ୍ରକୃତି କବି ସ୍ବର୍ଗତ ଗଙ୍ଗାଧର ମେହେରଙ୍କ ୧୪୫ ତମ ଜୟନ୍ତୀ ସମାରୋହ ଓ କବିତା ପାଠୋତ୍ସବ

ଜାମସେଦପୁରରେ ପ୍ରକୃତି କବି ସ୍ବର୍ଗତ ଗଙ୍ଗାଧର ମେହେରଙ୍କ ୧୪୫ ତମ ଜୟନ୍ତୀ ସମାରୋହ ଓ କବିତା ପାଠୋତ୍ସବ

ଭୁବନେଶ୍ୱର, ୦୨/୦୯ : ଝାଡ଼ଖଣ୍ଡ ଜାମସେଦପୁର ସହରରେ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ'୧୪୫ତମ ଜନ୍ମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହ ପାଳନ କରାଯାଇଛି । ସ୍ଥାନୀୟ ଉତ୍କଳ ଆସୋସିଏସନ'ର ଗୋପବନ୍ଧୁ ସଦନରେ କବି କବୟିତ୍ରୀ ମାନଙ୍କ ଦ୍ବାରା ସ୍ବରଚିତ କବିତାମାନ ପାଠ କରାଯିବା ସହ କବି ଗଙ୍ଗାଧର ମେହେରଙ୍କ ଜୀବନୀ ଉପରେ ମୁଖ୍ଯ'ତ ଆଲୋକପାତ କରାଯାଇଥିଲା ।

କାର୍ଯ୍ୟକ୍ରମ'ର ମୁଖ୍ଯ ଅତିଥି ଭାବେ ଜାମସେଦପୁର ସ୍ଥିତ ଭାରତୀୟ ଜାତୀୟ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ଆଲୋକ କୁମାର ମେହର ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଜାମସେଦପୁର (ଏକ୍ସଲାରାଇ) ଏମ ବି ଏ ଅନୁଷ୍ଠାନର ଡିନ୍ ତଥା ଉତ୍କଳ ଆସୋସିଏସନର ପୂର୍ବତନ ଉପ ସଭାପତି ତଥା ବର୍ତ୍ତମାନ ବରିଷ୍ଠ ସଦସ୍ଯ ଡକ୍ଟର ସଂଜୟ କୁମାର ପାତ୍ର ଏବଂ ଆସୋସିଏସନ'ର ସହ ସଂପାଦକ ସୁବ୍ରତ ସ୍ବାଇଁ ପ୍ରଦୀପ ପ୍ରଜ୍ବଳନ ସହ ସ୍ବର୍ଗତ କବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ମୁଖ୍ଯ ଅତିଥିଙ୍କୁ ଡକ୍ଟର ସଂଜୟ କୁମାର ପାତ୍ର ପୁଷ୍ପ ଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ ପୂର୍ବକ ଆସୋସିଏସନ ପକ୍ଷରୁ ସମ୍ମାନୀତ କରିଥିଲେ ।

ସମ୍ମାନୀୟ ଅତିଥିଙ୍କୁ ଆସୋସିଏସନ'ର ଆଜୀବନ ସଦସ୍ଯ ବିଛିନ୍ନାଞ୍ଚଳ ଗୌରବ ଶ୍ରୀ ପ୍ରଦୀପ କୁମାର ଦାସ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଏଥିସହ ଉପସ୍ଥିତ ସମସ୍ତ କବି କବୟିତ୍ରୀ ତଥା ସାହିତ୍ୟିକ ସାହିତ୍ୟିକା,ଏବଂ ଓଡ଼ିଆ ଭାଷା ପ୍ରେମୀ ବୃନ୍ଦ କବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ଭକ୍ତି ପୂତ ଶ୍ରଦ୍ଧାଞଳୀ ଅର୍ପଣ କରିଥିଲେ । ଏହାପରେ ମେହେରଙ୍କ ଜୟନ୍ତୀ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ସୁଚାରୁ ପରିଚାଳନା ଓ କବିତା ପାଠୋତ୍ସବ ପ୍ରାରମ୍ଭ କରାଯାଇଥିଲା । କବିତା ପାଠୋତ୍ସବ'ର ସଂଯୋଜନା ବିଛିନ୍ନାଞ୍ଚଳ ଗୌରବ କବି ଶ୍ରୀ ପ୍ରଦୀପ କୁମାର ଦାସ ଓ ଶ୍ରୀମତୀ ସଂଘମିତ୍ରା ନାୟକ କରିଥିଲେ । ଏହି ପରିପ୍ରେକ୍ଷିରେ କବି ଏବଂ ବିଶିଷ୍ଟ ସାହିତ୍ୟିକା ଡକ୍ଟର ଶ୍ରୀମତୀ ଉତ୍ପଳା ଦାଶ ଷଡଙ୍ଗୀଙ୍କ ସଂକଳିତ ଓଡିଆ କାବ୍ଯ 'ଝରକା ସେପାଖେ'ର ପୁସ୍ତକ ଉନ୍ମୋଚନ ମୁଖ୍ଯ ଅତିଥି ଓ ସମ୍ମାନୀୟ ଅତିଥିଙ୍କ କର କମଳ ଦ୍ବାରା କରାଯାଇ ଥିଲା । ମୁଖ୍ଯ ଅତିଥି କବି ଗଙ୍ଗାଧର ମେହେରଙ୍କ ଜୀବନୀ ଉପରେ ଆଲୋକପାତ କରି ଉପସ୍ଥିତ ଜନତାଙ୍କୁ ବିମୁଗ୍ଧ କରିଥିବା ବେଳେ ବିଛିନ୍ନାଞ୍ଚଳ ଗୌରବ କବି ଶ୍ରୀ ପ୍ରଦୀପ କୁମାର ଦାସ ସ୍ବର୍ଗତ ମେହେରଙ୍କ କବି ଚାତୁରୀ'ର ମାଧୁର୍ଯ୍ଯତା ଓ କବିଙ୍କର ଲେଖନୀ ଶୈଳୀ ଉପରେ ବିଭିନ୍ନ ଅଳଙ୍କାର ଓ ଛାନ୍ଦ ମାଧ୍ଯମରେ କବିତା ଗାଇ ଉପସ୍ଥିତ ସାହିତ୍ଯ ପ୍ରେମୀଙ୍କ ମନକୁ ଆକର୍ଷଣ କରିଥିଲେ । ଏହି ସମ୍ମିଳନୀରେ ଜୟରାମ ଦାସ ପାତ୍ର, ରଞ୍ଜନ କୁମାର ପଣ୍ଡା, ଶ୍ରୀ କିଶୋର କୁମାର ନାଏକ, ଡକ୍ଟର ଶ୍ରୀମତୀ ଉତ୍ପଳା ଦାଶ ଷଢଙ୍ଗୀ, ସାଧନା ମହାନ୍ତି, ଶ୍ରୀମତୀ ଲୀନା ଦାସ ଛୋଟରାୟ,ଶ୍ରୀମତୀ କନକ ଲତା ମହାପାତ୍ର, ଶ୍ରୀ ତରୁଣ କୁମାର ମହାନ୍ତି, ଶ୍ରୀ ମନୀଷ ଦାଶ,ଶ୍ରୀ କାଶୀନାଥ ପଣ୍ଡା, ଶ୍ରୀ ବିଜୟ କିଶୋର ମିଶ୍ର, ଶ୍ରୀ ରାଜୀବ କୁମାର ସିଂହଦେଓ, ଶ୍ରୀମତୀ ମନୋରମା ମହାପାତ୍ର, ଶ୍ରୀ ପ୍ରବୀଣ କୁମାର ଦାସ, ଶ୍ରୀ ମନୋରଞ୍ଜନଗୌଡ,ଶ୍ରୀ ବାଦଲ ଭୂୟାଁ ଓ ଅନ୍ଯ କବି କବୟିତ୍ରୀ ଗଣ ନିଜର ସ୍ବରଚିତ କବିତାମାନ ଆବୃତ୍ତି କରି ସଦନରେ ଉପସ୍ଥିତ ଜନ ସାଧାରଣଙ୍କୁ ଭାବନାରେ ମୁଗ୍ଧ କରି ଦେଇଥିଲେ ।ଶେଷରେ ଶ୍ରୀ ଜୟରାମ ଦାସ ପାତ୍ର ଧନ୍ୟବାଦ ଜ୍ଞାପନ ପୂର୍ବକ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in