Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କୁ ମିଳିଛି ହତ୍ୟା ଧମକ

କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କୁ ମିଳିଛି ହତ୍ୟା ଧମକ

ନୂଆଦିଲ୍ଲୀ, ୦୨/୦୯ : କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କୁ ଖୁବଶୀଘ୍ର ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି । ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯିବା ନେଇ ଧମକ ଦିଆଯାଇଛି । ଏକ ଅଜଣା ଠିକଣାରୁ ଏକ ଚିଠିରେ ଏମିତି ଧମକ ଦିଆଯାଇଛି । ହତ୍ୟା ଧମକ ପରେ ସୁରକ୍ଷା ଚିନ୍ତା ଘାରିଛି । ବର୍ତ୍ତମାନ ପାଶୱାନଙ୍କୁ Z କ୍ୟାଟେଗୋରୀ ସୁରକ୍ଷା ଦିଆଯାଉଛି ।

ହତ୍ୟା ଧମକ ପରେ ପାଶୱାନଙ୍କ ଅଫିସରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତେବେ ଚିରାଗଙ୍କୁ କିଏ ଦେଲା ହତ୍ୟା ଧମକ? । ହତ୍ୟା ଧମକକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଏନେଇ ଗୃହ ସଚିବଙ୍କ ଚିଠି ଲେଖି ଜଣାଇଛନ୍ତି ପାଶୱନଙ୍କ ପ୍ରାଇଭେଟ ସେକ୍ରେଟାରୀ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in