Dailyhunt
ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା ବିଜେପି

ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା ବିଜେପି

ଭୁବନେଶ୍ୱର, ୦୪/୦୫ : ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ବିଜେପି। ଏନେଇ ରାଜ୍ୟ ଶୃଙ୍ଖଳା କମିଟି ଆବାହାକ ସୁଦର୍ଶନ ନାୟକ ଚିଠି ମାଧ୍ୟମରେ ସୁଚନା ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ ହେବା ପରେ ଶ୍ରୀ ସ୍ୱାଇଁ ବାଲେଶ୍ୱରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସାଂସଦ ପାଇଁ ଲଢ଼ିଥିଲେ।

ଉକ୍ତ କାରଣରୁ ତାଙ୍କୁ ୨୦୨୪ ମେ ମାସରେ ଦଳରୁ ନିଲମ୍ବନ କରାଯାଇଥିଲା। ତେବେ ଆଜି ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି ବୋଲି ରାଜ୍ୟ ଶୃଙ୍ଖଳା କମିଟିର ଆବାହାକ ଶ୍ରୀ ସୁଦର୍ଶନ ନାୟକ ସୁଚନା ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in