Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଯୁବକ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଯୁବକ ଗିରଫ

ଭୁବନେଶ୍ୱର, ୨୧/୦୭ : ବଲାଙ୍ଗିର ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ତୁରେକେଲା ଥାନା ଅଧୀନ ରାମୁଡ଼ା ଗାଁର ଜଣେ ନାବାଳିକାଙ୍କୁ ଗତ ଜୁନ୍ ୧୬ ତାରିଖରେ ଲାର୍କି ଗାଁର ବାସିନ୍ଦା ରିଙ୍କୁ ପରାଭୁ ନାମକ ୧୯ ବର୍ଷୀୟ ଯୁବକ ଅପହରଣ କରିଥିବା ଅଭିଯୋଗ ହୋଇଥିଲା।

ପରେ ନାବାଳିକାଙ୍କ ସହ ଯୌନ ନିର୍ଯାତନା କରାଯାଇଥିବା ନେଇ ପରିବାର ପକ୍ଷରୁ ତୁରେକେଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା।

ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ତଦନ୍ତ ପରେ ଜୁଲାଇ ୧୯ ତାରିଖରେ ପୁଲିସ ଅଭିଯୁକ୍ତ ରିଙ୍କୁ ପରାଭୁଙ୍କୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତଙ୍କୁ ବଲାଙ୍ଗିର ଏଡିଜେ-କମ୍-ସ୍ପେଶାଲ ପୋକ୍ସୋ କୋର୍ଟରେ ହାଜର କରାଯାଇଛି। ତୁରେକେଲା ଥାନା ଆଇଆଇସି ରାକେଶ ବେହେରାଙ୍କ ସୂଚନା ଅନୁଯାୟୀ, ମାମଲାର ଅଧିକ ତଦନ୍ତ ଚାଲିଛି ଏବଂ ଘଟଣା ସହ ଜଡିତ ଅନ୍ୟାନ୍ୟ ଦିଗକୁ ମଧ୍ୟ ପୁଲିସ ଖତିଆନ କରୁଛି। ନାବାଳିକାଙ୍କ ବିରୋଧରେ ଅପରାଧ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ, ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in