Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ

ନୂଆଦିଲ୍ଲୀ, ୨୭/୦୯ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ । ପାକିସ୍ତାନର ଉତ୍ତର-ପଶ୍ଚିମାଞ୍ଚଳରେ ଥିବା ଡେରା ଇସମାଇଲ ଖାନ୍ ସହରର ଏକ ପୋଲିସ ଚେକ୍ ପୋଷ୍ଟ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଧକ୍କା ଦେଇ ଆତ୍ମଘାତୀ ବିସ୍ଫୋରଣ କରାଯାଇଛି। ଆକ୍ରମଣରେ ଅତିକମରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ଆକ୍ରମଣକାରୀ ବିସ୍ଫୋରକ ଭର୍ତ୍ତି ଗାଡ଼ି ନେଇ ରାସ୍ତାକଡ଼ରେ ଥିବା ପୋଲିସ ଚେକ୍ ପୋଷ୍ଟକୁ ଟାର୍ଗେଟ କରିଥିଲା। ବିସ୍ଫୋରଣ ପରେ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଗୁରୁତରଙ୍କ ମଧ୍ୟରୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଆକ୍ରମଣ ପାଇଁ ତେହରିକ୍-ଏ-ତାଲିବାନ ପାକିସ୍ତାନ ବା TTP ନିଜକୁ ଦାୟୀ କରିଥିବା ସୂଚନା।

ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରିଛନ୍ତି ସୁରକ୍ଷାକର୍ମୀ । ମୃତକଙ୍କ ମଧ୍ୟରେ ପୋଲିସ କର୍ମଚାରୀ ଏବଂ ସାଧାରଣ ନାଗରିକ ଅଛନ୍ତି, ସେନେଇ ପ୍ରାଥମିକ ରିପୋର୍ଟରେ ସ୍ପଷ୍ଟ ସୂଚନା ମିଳିନାହିଁ। ଗତ କିଛି ବର୍ଷ ଧରି ପାକିସ୍ତାନର ଖାଇବର ପଖତୁନଖ୍ବା ଏବଂ ବାଲୁଚିସ୍ତାନରେ ଆତଙ୍କୀ ଆକ୍ରମଣ ବଢ଼ିଛି। ବିଶେଷକରି ପୋଲିସ ଚେକ୍ ପୋଷ୍ଟ, ସୁରକ୍ଷା ବାହିନୀର କ୍ୟାମ୍ପ ଓ କନଭୟକୁ ବାରମ୍ବାର ଟାର୍ଗେଟ କରାଯାଉଛି। ଡେରା ଇସ୍ମାଇଲ ଖାନ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପୂର୍ବରୁ ଏଭଳି ଅନେକ ଆକ୍ରମଣ ହୋଇଛି।.

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in