Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୋଲିସ ଭବନରେ ବୈଠକ; ଅପରାଧୀଙ୍କୁ କଡ଼ା ଆକ୍ସନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ପୋଲିସ ଭବନରେ ବୈଠକ; ଅପରାଧୀଙ୍କୁ କଡ଼ା ଆକ୍ସନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯/୦୮ : ରାଜ୍ୟରେ ଆଇନଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ଓ ଅପରାଧ ନିୟନ୍ତ୍ରଣ ରଣନୀତିକୁ ନେଇ ଆଜି ଭୁବନେଶ୍ୱର ପୋଲିସ ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗ ସଚିବ, ବରିଷ୍ଠ ପୋଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଆଗମନ ଅବସରରେ ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ଏବଂ ପୋଲିସ ଭବନ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମୀକ୍ଷା ବୈଠକରେ ରାଜ୍ୟର ବର୍ତ୍ତମାନର ଆଇନଶୃଙ୍ଖଳା ସ୍ଥିତି, ଅପରାଧ ନିରୋଧ ପାଇଁ ରଣନୀତି, ସମ୍ବେଦନଶୀଳ ଅଞ୍ଚଳର ପରିସ୍ଥିତି ଏବଂ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, 'ଆଇନଶୃଙ୍ଖଳା ହେଉଛି ଓଡ଼ିଶାର ବିକାଶର ମୂଳଦୁଆର।' ସେ ଅପରାଧୀଙ୍କ ବିରୋଧରେ ନିର୍ଭୟ ଓ କଡ଼ା କାର୍ଯ୍ୟାନୁଷ୍ଠାନ, ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ଏବଂ ସାଧାରଣ ଲୋକଙ୍କୁ ଗୁଣାତ୍ମକ ପୋଲିସ ସେବା ଯୋଗାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସକୁ ସବୁବେଳେ ସତର୍କ, ସକ୍ରିୟ ଓ ଜବାବଦେହୀ ରହିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in