Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସକାଳୁ ହଳଦୀ ପାଣି ପିଇବାର ରହିଛି ଅନେକ ଲାଭ, ଜାଣନ୍ତୁ ଏହାର ଉପକାର

ସକାଳୁ ହଳଦୀ ପାଣି ପିଇବାର ରହିଛି ଅନେକ ଲାଭ, ଜାଣନ୍ତୁ ଏହାର ଉପକାର

ରୋଷେଇ ଘରେ ମିଳୁଥିବା ମସଲାମାନଙ୍କ ମଧ୍ୟରେ ହଳଦୀ ଅନ୍ୟତମ ।ଏହା କେବଳ ଖାଦ୍ୟର ରଙ୍ଗକୁ ବଢ଼ିନଥାଏ ବରଂ ସ୍ୱାସ୍ଥ୍ୟ ଉପଯୋଗୀ ମଧ୍ୟ ହୋଇଥାଏ । ହଳଦୀରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁତ ପରିମାଣରେ ଲାଭ ଦେଇଥାଏ । ଯଦି ଆପଣ ଫିଟ୍ ରହିବାକୁ ଚାହୁଛନ୍ତି, ତେବେ ଆପଣ ନିଶ୍ଚିନ୍ତ ଖାଦ୍ୟରେ ହଳଦୀକୁ ସାମିଲ କରନ୍ତୁ ।

ପୂର୍ବ କାଳରୁ ହିଁ କୁହାଯାଏ ଯେ ହଳଦୀ ଔଷଧୀୟ ଗୁଣରେ ଭରପୂର । ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ତେବେ ହଳଦି ପାଣି ପିଇବାର ଫାଇଦା ବିଷୟରେ ଆସନ୍ତୁ ଜାଣିବା ।

ଇମୁ୍ୟନ୍‌ ସିଷ୍ଟମକୁ ମଜବୁତ୍‌ ରଖେ : ହଳଦୀ ପାଣିରେ ଆଣ୍ଟି-ବ୍ୟାକେ୍ଟରିଆଲ୍‌ ଏବଂ ଆଣ୍ଟି-ଭାଇରାଲ୍‌ ଗୁଣ ମିଳିଥାଏ । ଯାହା ଆପଣଙ୍କ ଇମୁ୍ୟନ୍‌ ସିଷ୍ଟମକୁ ବହୁ ପରିମାଣରେ ମଜବୁତ୍‌ କରିପାରିବ । ଯଦି ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ନିୟମିତ ଭାବରେ ହଳଦୀ ପାଣି ପିଇବା ଆରମ୍ଭ କରନ୍ତୁ । ଏହା ବ୍ୟତୀତ, ହଳଦୀ ପାଣି ପିଇଲେ ଗ୍ୟାସ୍‌, କୋଷ୍ଠକାଠିନ୍ୟ ଭଳି ଅନେକ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବେ ।

ଓଜନ କମ ହୋଇଥାଏ : ଯଦି ଆପଣ ନିଜର ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ତେବେ ଖାଲି ପେଟରେ ହଳଦୀ ପାଣି ପିଇବା ଆରମ୍ଭ କରନ୍ତୁ । ଏହା ସହ, ହଳଦୀ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରେ ମେଟୋବୋଲିଜମ୍‌ ବୃଦ୍ଧି ପାଇଥାଏ । ଆପଣଙ୍କ ଏହି ହଳଦୀ ପାଣିକୁ ନିଜର ଡାଏଟରେ ସାମିଲ କରି ମଧ୍ଯ କୋଲେଷ୍ଟ୍ରଲ ଲେବୁଲ୍‌କୁ ମଜବୁତ୍‌ କରିପାରିବେ । ତେବେ ଡାଇବେଟିସ୍‌ ରୋଗୀଙ୍କୁ ହଳଦୀ ପାଣି ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ସ୍କିନ୍‌ ପାଇଁ ମଧ୍ୟ ଲାଭଦାୟକ : ଆପଣ ଭାବୁଛନ୍ତି କି? ହଳଦୀ ପାଣି ପିଇଲେ ଖାଲି ସ୍ୱାସ୍ଥ୍ୟ ଭଲ ରୁହେ ତେବେ ଆପଣ ଏହା ଭୁଲ ଭାବୁଛନ୍ତି । ହଳଦୀ ପାଣି ପିଇବା ଦ୍ୱାରା ଆମ ସ୍କିନ୍‌ ମଧ୍ୟ ଭଲ ରହିଥାଏ । ଏହି ନେଚୁରାଲ୍‌ ଡ୍ରିଙ୍କକୁ ସଠିକ୍‌ ଉପାୟରେ ଏବଂ ସଠିକ୍‌ ପରିମାଣରେ ପିଇବା ଦ୍ୱାରା ଆପଣ ସୁସ୍ଥ ଅନୁଭବ କରିବେ । ସେଥିପାଇଁ ଯଦି ଆପଣ ଫିଟ୍ ରହିବାକୁ ଚାହୁଛନ୍ତି, ତେବେ ନିଜ ଡାଏଟରେ ହଳଦୀ ପାଣି ସାମିଲ୍ କରନ୍ତୁ । ଦେଖିବେ ଏପରି ଭାବେ ଆପଣଙ୍କୁ ଅନେକ ପ୍ରକାରର ସ୍ଵାସ୍ଥ୍ୟ ଉପକାରିତା ମିଳିବ ।

କ୍ୟାନ୍ସର ରୋଗରୁ ରକ୍ଷା କରିଥାଏ : ହଳଦୀ ପାଣିରେ ଆଣ୍ଟି-ଅକ୍ସିଡେଣ୍ଟ ବା ଆଣ୍ଟିଥେସିସ୍ ରହିଥାଏ । ଯାହା ଏହି ରୋଗରୁ ମୁକ୍ତି ଦେବାରେ ସହାୟକ କରିଥାଏ । ଏହି ରୋଗ ପାଇଁ ହଳଦୀ ପାଣି ବେଷ୍ଟ ବୋଲି ବିବେଚନା କରାଯାଉଛି ।

ପେଟ ରୋଗ ଏବଂ ଛାତି ରୋଗ ପାଇଁ ଲାଭକାରୀ ହୋଇଥାଏ : ସକାଳୁ ଖାଲି ପେଟରେ ହଳଦୀ ପାଣି ସେବନ କରିବା ଦ୍ୱାରା ଆମର ପାଚନ ଶକ୍ତି ମଜବୁତ ହୋଇଥାଏ । ଏହା ସେବନ କରିବା ଦ୍ୱାରା ପେଟ ସଫା ରହିଥାଏ ଏବଂ ଭୋକ ମଧ୍ୟ ଲାଗିଥାଏ । ଏହା ବ୍ୟତୀତ ହଳଦୀ ଅତ୍ୟଧିକ ମୋଟାପଣ ଏବଂ କୋଲେଷ୍ଟ୍ରଲର ମାତ୍ରାକୁ କମ୍ କରିଥାଏ ।

ଗଣ୍ଠି ଜନିତ ସମସ୍ୟା ଦୂର କରିଥାଏ : ଗଣ୍ଠି ଜନିତ ସମସ୍ୟା ଥିବା ଲୋକମାନଙ୍କ ପାଇଁ ହଳଦୀ ପାଣି ବହୁତ ଫଳପ୍ରଦ ହୋଇଥାଏ । ହଳଦୀ ଗଣ୍ଠି ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ମଧୁମେହରୁ ରକ୍ଷା କରିଥାଏ : ହଳଦୀ ସେବନ କରିବା ଦ୍ୱାରା ମଧୁମେହ ରୋଗକୁ ନିୟନ୍ତ୍ରଣ କରିଥାଏ । ଏହା ବ୍ୟତୀତ ହଳଦୀ ପାଣି କିଡନି ପାଇଁ ଲାଭକାରୀ ହୋଇଥାଏ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in