Dailyhunt
ଶ୍ରମିକ ସଂଗଠନ ତରଫରୁ ମହାକାଳପଡ଼ା ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଶ୍ରମିକ ସଂଗଠନ ତରଫରୁ ମହାକାଳପଡ଼ା ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ହାକାଳପଡ଼ା, ୦୩/୦୫ : ରାମଚଣ୍ଡୀ ଉପକୂଳ ବିକାଶ ପରିଷଦ, ଶ୍ରମିକ ସଂଗଠନ ତରଫରୁ, ଦରିଆପାରୀ ରାମଚଣ୍ଡୀ ପୀଠରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି l ସଂଗଠନର ସଭାପତି ଫକୀର ଚରଣ ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ପେଟଛେଲା ପଂଚାୟତ ର ସରପଞ୍ଚ ପ୍ରସନ୍ନ କୁମାର ବେହେରା ମୁଖ୍ୟ ଅତିଥି, ବିରଞ୍ଚି ନାରାୟଣ ଦାସ ମୁଖ୍ୟ ବକ୍ତା ଭାବେ ସଭାରେ ଯୋଗ ଦେଇଥିଲେ l ଗୋଲଡ଼ ଆପ୍ରାଇଜଲ ର ସମ୍ପାଦକ ତାପସ କୁମାର ସାହୁ ଓ ମହାକାଳପଡ଼ା ପ୍ରେସ କ୍ଳବ ର ବରିଷ୍ଠ ସାମ୍ବାଦିକ ମାନେ ସମ୍ମାନୀୟ ଅତିଥି ଭାବେ ମଂଚାସୀନ ଥିଲେ l ସଭା ପ୍ରାରମ୍ଭରେ ସମବେତ ଜାତୀୟ ସଂଗୀତ ଗାନ କରାଯିବା ପରେ ସଭା କାର୍ଯ୍ୟ ତ୍ବରାନ୍ୱିତ ହୋଇଥିଲା l ସର୍ବପ୍ରଥମେ ସଭାରେ ଉପସ୍ଥିତ ମହିଳା ଓ ପୁରୁଷ ଶ୍ରମିକ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ପରେ ମଂଚାସୀନ ଅତିଥି ମାନେ ଅଭିଭାଷଣ ରଖିଥିଲେ l ଶ୍ରମିକ ମାନେ ସୁସଂଗଠିତ ହେଲେ ନିଜର ନ୍ୟାଯ୍ୟ ଦାବି ହାସଲ କରିବାରେ ସକ୍ଷମ ହେବେ ବୋଲି ଆମନ୍ତ୍ରିତ ଅତିଥି ମାନେ ଅଭିମତ ରଖିଥିଲେ l ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲା ରେ ଶ୍ରମିକ ମାନଙ୍କ ଦୁରାବସ୍ଥା ସୁଧାର ଆଣିବାକୁ ହେଲେ ଶିଳ୍ପ ଢେର ଆବଶ୍ୟକତା ରହିଛି l ସ୍ଥାନୀୟ ବ୍ଲକ ଅଧୀନ ରାମନଗର, ଖରିନାସି ଓ ବତୀଘର ଆଦି ଅଞ୍ଚଳ ର ଶହ ଶହ ଶ୍ରମିକ ନିଜ ନିଜ ର ପରିବାର ର ଗୁଜୁରାଣ ମେଣ୍ଟାଇବା ପାଇଁ ଫେରିଘାଟ ପାର ହୋଇ ପଡୋଶୀ ଜିଲ୍ଲା ଜଗତସିଂହପୁର ଯିବାକୁ ବାଧ୍ୟ ହେଉଛନ୍ତି l ପ୍ରତ୍ୟେହ ଘାଟ ପାର ଉତ୍ତାର ସମସ୍ୟା ବହୁଳ ହେଉଥିବାରୁ କେନ୍ଦ୍ରାପଡା ଜିଲ୍ଲା ରେ ଶିଳ୍ପ ପ୍ରତିଷ୍ଠା ପାଇଁ ଦାବି ଉଠାଇଥିଲେ l ସଭା ଶେଷରେ ଏକଜ୍ୟୁକୁଟିଭ ମେମ୍ବର ଚୈତନ୍ୟ ଦାସ ଧନ୍ୟ ବାଦ ଅର୍ପଣ କରି ସଭା ସାଙ୍ଗ ଜରିଥିଲେ l

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in