Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଯାତ୍ରା ମଞ୍ଚରେ ଉଡ଼ିଲା ଚେୟାର

ଯାତ୍ରା ମଞ୍ଚରେ ଉଡ଼ିଲା ଚେୟାର

ଯାଜପୁର : ଯାତ୍ରା ମଞ୍ଚରେ ଉଡ଼ିଲା ଚେୟାର। ଦର୍ଶକଙ୍କ ଚେୟାର ମାଡ଼ରେ କଳାକାର ଆହତ। ଯାଜପୁର ରୋଡ୍ ଥାନା ଚାନ୍ଦମା କାଳୀ ପଡ଼ିଆରେ ଅପେରା ଯାଜ୍ଞସେନୀ ଯାତ୍ରା ମଞ୍ଚରୁ ସାମ୍ନାକୁ ଆସିଛି ଏଭଳି ଚିତ୍ର। ଏବର୍ଷର ପ୍ରଥମ କ୍ୟାମ୍ପରେ ମଞ୍ଚସ୍ଥ ହୋଇଥିଲା ନାଟକ 'ସନାତନୀ'। ତେବେ ଯାତ୍ରାରେ ହିନ୍ଦୁମାନଙ୍କୁ ନିର୍ଯାତନା ଦିଆଯିବାର ଦୃଶ୍ୟ ପରିବେଷଣ ସମୟରେ କିଛି ଦର୍ଶକ ଉତକ୍ଷିପ୍ତ ହୋଇ କଳାକାରଙ୍କ ଉପରକୁ ଚେୟାର ମାଡ଼ କରିଥିଲେ।

ଏଥିରେ ଅଭିନେତ୍ରୀ ତମସା ଆହତ ହୋଇଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି।

ହିନ୍ଦୁ ଯୁବତୀଙ୍କୁ ନିର୍ଯାତନା ଦିଆଯାଉଥିବା ଦୃଶ୍ୟ ଦେଖି ଦର୍ଶକମାନେ ବେଶ କିଛି ସମୟ ହୋହଲ୍ଲା କରିଥିଲେ। ପରେ କମିଟି ସଦସ୍ୟ ଓ କଳାକାର ଦର୍ଶକଙ୍କୁ ବୁଝାସୁଝା କରି ନାଟକ ଦେଖିବାକୁ ଅନୁରୋଧ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହାପରେ ନାଟକ ଆଗକୁ ବଢିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in