ନୂଆଦିଲ୍ଲୀ, ୨୧/୦୭ : ୟୁକ୍ରେନର ଓଡ଼େସା ବନ୍ଦର ନିକଟରେ ଏକ ମାଲବାହୀ ଜାହାଜ ଉପରେ ଭୟଙ୍କର ମିସାଇଲ୍ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ୪ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଏଭସି ଗୋଲ୍ଡେନ୍ ଲିଓ ନାମକ ଏକ ମକା ବୋଝେଇ ଜାହାଜ ୟୁକ୍ରେନର ଓଡ଼େସା ବନ୍ଦରରୁ ବାହାରୁଥିଲା । ଏହି ସମୟରେ ରୁଷ ପକ୍ଷରୁ ୩ଟି କ୍ରୁଜ୍ ମିସାଇଲ୍ ଜାହାଜ ଉପରକୁ ମାଡ଼ କରାଯାଇଥିଲା ।
ଯାହା ଫଳରେ ଜାହାଜରେ ନିଆଁ ଲାଗିଯାଇଥିଲା । ଜାହାଜରେ ସମୁଦାୟ ୧୭ ଜଣ କ୍ରୁ-ମେମ୍ବର ଥିଲେ, ଯେଉଁଥିରେ ୫ ଜଣ ଭାରତୀୟ ଥିଲେ। ବାକି କର୍ମଚାରୀ ସିରିଆ ଓ ୟୁକ୍ରେନର ଥିଲେ ।

