ଗତ ଶତାବ୍ଦୀର ଅଶୀ ଦଶକରୁ ରାମ ଜନ୍ମଭୂମି ଆନ୍ଦୋଳନକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିଥିଲା ଆର୍ଏସ୍ଏସ୍-ବିଜେପି ଯୋଡ଼ି। ସେତେବେଳେ ତାମିଲନାଡ଼ୁର ଏକ ଗାଁରେଏକ ଗଣଧର୍ମାନ୍ତରୀକରଣ ଘଟଣା ଏ ଆନ୍ଦୋଳନକୁ ଇନ୍ଧନ ଯୋଗାଇଥିଲା। ରାଷ୍ଟ୍ରୀୟ ସ୍ବୟସେବକ ସଂଘ, ବିଶ୍ବହିନ୍ଦୁ ପରିଷଦ, ସେତେବେଳେ ନବଗଠିତ ଭାରତୀୟ ଜନତା ପାର୍ଟି, ବଜରଙ୍ଗ ଦଳ ଓ ଆଉ କିଛି ହିନ୍ଦୁ ସଂଗଠନ ମିଳିତ ଭାବରେ ରାମ ଜନ୍ମଭୂମି ପ୍ରସଙ୍ଗକୁ ଏକ ଶକ୍ତିଶାଳୀ ସାମାଜିକ-ରାଜନୈତିକ ଆନ୍ଦୋଳନରେ ରୂପାନ୍ତରିତ କରିବାରେ ସମର୍ଥ ହୋଇଥିଲେ। ପ୍ରାୟ ୩ ଦଶନ୍ଧିରୁ ଅଧିକ ସମୟର ପ୍ରତୀକ୍ଷା ପରେ ଆଜି ସେ ସ୍ବପ୍ନ ସାକାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ରାମ ମନ୍ଦିରର ମୂଳଦୁଆ ପକାଇ ଆନୁଷ୍ଠାନିକ ଭାବେ ଏହାର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ତେବେ ଅଶୀ ଦଶକରୁ ଏଯାବତ ନିଜର ସମର୍ଥକଙ୍କୁ ରାମ ମନ୍ଦିର ନିର୍ମାଣର ପ୍ରତିଶ୍ରୁତି ଦେଇ ଆସିଥିବା ଓ ସେ ପ୍ରତିଶ୍ରୁତି ପୂରଣ ପାଇଁ ନିରନ୍ତର ଉଦ୍ୟମ କରି ଆସିଥିବା ନେତାମାନେ ଆଜି ପ୍ରାୟ ବିସ୍ମୃତ ହୋଇ ଯାଇଛନ୍ତି।