Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜିଠୁ ବିନା କରୋନା ରିପୋର୍ଟରେ ଜଗା ଦର୍ଶନ

ଆଜିଠୁ ବିନା କରୋନା ରିପୋର୍ଟରେ ଜଗା ଦର୍ଶନ

OdishaLIVE 5 years ago

ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜାନୁଆରି ୨୧ରୁ ଶ୍ରୀମନ୍ଦିରରେ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ
  • ଦୈନିକ ୩୦ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି
  • ସକାଳ ୭ଟାରୁ ଦର୍ଶନ ଆରମ୍ଭ, ପୁରୀବାସୀଙ୍କ ପାଇଁ ୬ଟା
  • ବୟସ୍କଙ୍କ ପାଇଁ ହେବ ସ୍ଵତନ୍ତ୍ର ଧାଡ଼ି
  • ରବିବାର ଦର୍ଶନ ବନ୍ଦ

ଜଗା ଦର୍ଶନରେ ଆଉ ବାଧକ ହେବନି କରୋନା ନେଗେଟିଭ୍ ରିପୋର୍ଟ। ଆଜିଠୁ ବିନା କରୋନା ରିର୍ପୋଟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ହେବ। ଗତ ରବିବାର ଶ୍ରୀମନ୍ଦିର ଦର୍ଶନର ସମୀକ୍ଷା ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସୂଚନା ଦେଇଥିଲେ।

ଏବେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଦରକାର ପଡୁଛି। କିନ୍ତୁ ୨୧ ତାରିଖ ପରେ ଆଉ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ ନାହିଁ। କିନ୍ତୁ କରୋନାର ଅନ୍ୟସବୁ ନିୟମ ଯେପରି କି ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ନିୟମକୁ ପାଳନ କରିବାକୁ ପଡ଼ିବ।ସେହିପରି ୨୧ ତାରିଖ ପରଠାରୁ ଦୈନିକ ୩୦ ହଜାର ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ଏହାସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୀତି ନିୟମ ନିର୍ଦ୍ଧାରଣ ହୋଇଛି। ଏବେ ସକାଳ ୮ଟାରୁ ଦର୍ଶନ ଆରମ୍ଭ ହେଉଥିବା ବେଳେ ୨୧ ତାରିଖରୁ ସକାଳ ୭ଟାରୁ ଦର୍ଶନ ଆରମ୍ଭ ହେବ। ତେବେ କେବଳ ପୁରୀବାସୀମାନେ ଏକ ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୬ଟାରୁ ଦର୍ଶନ କରିବାର ସୁଯୋଗ ପାଇପାରିବେ।

ସେହିପରି ବୟସ୍କ ବ୍ୟକ୍ତିଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବ। ଏନେଇ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ। ଏହିସବୁ ନିୟମ ଜାନୁଆରି ୨୧ରୁ ଫେବ୍ରୁଆରି ୨୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Live