Dailyhunt
ଅଷ୍ଟ୍ରେଲିଆକୁ ୭ ଓ୍ଵିକେଟରେ ପରାସ୍ତ କରି ସିରିଜ ହାତେଇଲା ଭାରତ

ଅଷ୍ଟ୍ରେଲିଆକୁ ୭ ଓ୍ଵିକେଟରେ ପରାସ୍ତ କରି ସିରିଜ ହାତେଇଲା ଭାରତ

OdishaLIVE 6 years ago

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶେଷ ଦିନିକିଆକୁ ୭ ଓ୍ଵିକେଟରେ ଜିତି ସିରିଜ ଅକ୍ତିଆର କଲା ଭାରତ। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଛି। ଏହି ମ୍ୟାଚରେ ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୧୧୯ ରନ୍‌ କରିଥିଲା ବେଳେ ମହମ୍ମଦ ସାମି ସର୍ବାଧିକ ୪ଟି ଓ୍ଵିକେଟ ନେଇଥିଲେ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ଓ୍ଵାର୍ନର ଓ ଆରୋନ ଫିଞ୍ଚ ବିଫଳ ହୋଇଥିଲେ। ପରେ ଷ୍ଟିଭେନ ସ୍ମିଥ ଓ ମାରନସ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ। ସ୍ମିଥ ୧୩୧ ରନ୍‌ କରିଥିବା ବେଳେ ମାରନସ ୫୪ ରନ୍‌ କରିଥିଲେ। ଫଳରେ ଦଳ ୨୮୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

୨୮୭ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳର ବ୍ୟାଟ୍ସମ୍ୟାନମାନେ ଉନ୍ନତ ପ୍ରଦର୍ଶନ କରିଥିଲେ। ଦଳ ପକ୍ଷରୁ ରୋହିତ ଶର୍ମା ଓ ଲୋକେଶ ରାହୁଲ ପାଳି ଆରମ୍ଭ କରିଥିଲେ। ହେଲେ ରାହୁଲ ବେଶି ସମୟ ତିଷ୍ଠି ପାରି ନଥିଲେ। ମାତ୍ର ୧୯ ରନ୍‌ କରି ରାହୁଲ ଆଉଟ ହୋଇଯାଇଥିଲେ। ପରେ ବିରାଟ କୋହଲି ଓ ରୋହିତ ଶର୍ମା ଭାର ସମ୍ଭାଳିଥିଲେ।

ଦଳ ପକ୍ଷରୁ ରୋହିତ ୧୧୯ ରନ୍‌ କରିଥିବା ବେଳେ ବିରାଟ କୋହଲି ୮୯ ରନ୍‌ କରିଥିଲେ। ସେହିପରି ଶ୍ରେୟାସ ଆୟର ୪୪ ରନ୍‌ କରି ନଟଆଉଟ ରହିଥିଲେ। ଶେଷରେ ୪୭ ଓଭରରେ ୩ ଓ୍ଵିକେଟ ହରାଇ ଦଳ ବିଜୟ ଲକ୍ଷ୍ୟ ପୂରଣ କରିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Live