Dailyhunt
ବଢୁଛି କୋରୋନା - ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି

ବଢୁଛି କୋରୋନା - ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି

OdishaLIVE 6 years ago

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୮୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନ ହୋଇ ସାରିଲେଣି। ଏମାନଙ୍କ ମଧ୍ୟରେ ୬୪ ଜଣ ଭାରତୀୟ ଥିବା ବେଳେ ୧୭ ଜଣ ବିଦେଶୀ ନାଗରିକ ଅଛନ୍ତି। ବିଦେଶୀଙ୍କ ମଧ୍ୟରେ ୧୬ ଜଣ ଇଟାଲି ଓ ଜଣେ କାନାଡାର ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଆଗାମୀ ନୋଟିସ୍‌ ଯାଏଁ ବାଂଲାଦେଶ ପଟୁ ବସ୍‌ ଓ ଟ୍ରେନ ବାତିଲ କରି ଦିଆଯାଇଛି। ଦେଶରେ କୋରୋନା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଭାଇରସ୍‌କୁ ବ୍ୟାପିବାରୁ ରୋକିବା ପାଇଁ ସଚେତନ ମଧ୍ୟ କରାଯାଉଛି।

ଏହାସହ ଏୟାର ଇଣ୍ଡିଆ ୩୦ ଏପ୍ରିଲ ସୁଦ୍ଧା ଇଟାଲି, ଫ୍ରାନ୍ସ, ଜର୍ମାନୀ, ସ୍ପେନ୍, ଇସ୍ରାଏଲ୍, ଦକ୍ଷିଣ କୋରିଆ ଏବଂ ଶ୍ରୀଲଙ୍କାକୁ ବିମାନ ଚଳାଚଳ ବାତିଲ କରିବାକୁ ନିଷ୍ପତ୍ତି ନେଇଛି।

ପୂର୍ବରୁ ମଧ୍ୟ ଭାରତ ସରକାର ଏପ୍ରିଲ ୧୫ ଯାଏଁ ସମସ୍ତ ଭିସାକୁ ରଦ୍ଧ କରିଛନ୍ତି।

କୋରୋନାର ପ୍ରଭାବ ଖେଳ ଉପରେ ମଧ୍ୟ ପଡ଼ିଛି। ଏଥିପାଇଁ ଆଇପିଏଲ୍‌କୁ ଏପ୍ରିଲ ୧୫ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି। ଏହାସହ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜ ମଧ୍ୟ ବାତିଲ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Live