ଓଡ଼ିଶାଲଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ୍ର ସିଂଘମ୍ ଅଜୟ ଦେବଗନ୍ଙ୍କ ବାବଦରେ ବି ଟାଉନରେ ଗସିପ ହୁଏ। ଯେତେବେଳେ ସେ ବଲିଉଡ୍ରେ ଡେବ୍ୟୁ ଆରମ୍ଭ କରିଥିଲେ ସେତେବେଳେ କିଛି ଲୋକ ତାଙ୍କୁ ସମାଲୋଚନ ଢଙ୍ଗରେ କହିଥିଲେ ଅଜୟ ହିରୋ ମାଟେରିଆଲ ନୁହନ୍ତି। ନିଜର ପରିଶ୍ରମ ଓ ନିଖୁଣ ଅଭିନୟ ଲାଗି ସେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି। କେବଳ ଭୂଲ ପ୍ରମାଣିତ କରିନାହାନ୍ତି ବରଂ ସେ ଗତ ୨୮ ବର୍ଷ ଧରି ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ଆସୁଛନ୍ତି। ଦୁଇଥର ଜାତୀୟ ପୁରସ୍କାର ଓ ପଦଶ୍ମୀ ପାଇଥିବା ଅଜୟ ଦେବଗନ୍ ୫୦ବର୍ଷରେ ବି ପୂରା ଫିଟ।