Tuesday, 21 Jan, 4.42 pm OdishaLIVE

ହୋମ୍
ବରଗଡ଼ରେ ୭୦ କୋଟି ୬୪ଲକ୍ଷ ଟଙ୍କାର ୭ଟି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୫୯ କୋଟି ୪୪ ଲକ୍ଷ୍ୟ ଟଙ୍କାର ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
  • ବରଗଡ଼ରେ ହେବ କ୍ୟାନସର ହସ୍ପିଟାଲ
  • ବରଗଡ଼ ଜିଲ୍ଲା ହସ୍ପିଟାଲରେ ୩୦୦କୁ ବୃଦ୍ଧି ପାଇବ ଶଯ୍ୟା
  • ସମଲେଶ୍ଵରୀ ମନ୍ଦିର ଓ ହୀରାକୁଦ ପାଇଁ ଗଠନ ହେବ ପର୍ଯ୍ୟବେକ୍ଷକ ଟିମ୍‌ ଗଠନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବରଗଡ଼ ଓ ସମ୍ଵଲପୁର ଗସ୍ତ କରିଛନ୍ତି। ଏହି ଗସ୍ତରେ ସେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ୭୦କୋଟି ୬୪ ଲକ୍ଷରୁ ଅଧିକ ଟଙ୍କାର ୭ଟି ପ୍ରକଳ୍ପର ଉଦ୍‌ଘାଟନ ସହ ୫୯ କୋଟି ୪୪ ଲକ୍ଷ୍ୟ ଟଙ୍କାର ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଉଦ୍‌ଘାଟନ କରିଥିଲେ। ୬ ମହଲା ବିଶିଷ୍ଟ ଏହି କୋଠା ୩୦୦ ଶଯ୍ୟା ବିଶିଷ୍ଟ। ଏଥିପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ବରଗଡ଼ରେ ଏକ କ୍ୟାନସର ହସ୍ପିଟାଲ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାସହ ହାଇବେଲ ସେତୁ, ବିଜେପୁରରେ ଆଇସିଆଇସିଆଇ ବ୍ୟାଙ୍କର ୧୫୦ତମ ଶାଖା ଉଦ୍‌ଘାଟନ କରିଥିଲେ।

ଏହି ଗସ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଵଲପୁର ଗସ୍ତ କରି ମା' ସମଲେଶ୍ଵରୀ ମନ୍ଦିରରେ ପହଞ୍ଚି ଥିଲେ।

ସମଲେଶ୍ଵରୀଙ୍କୁ ଦର୍ଶନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ସମଲେଶ୍ଵରୀ ମନ୍ଦିର ଓ ହୀରାକୁଦ ପାଇଁ ଏକ ପର୍ଯ୍ୟବେକ୍ଷକ ଟିମ୍‌ ଗଠନ କରାଯିବ। ଏହି ପର୍ଯ୍ୟବେକ୍ଷକ ଟିମ୍‌ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଉଭୟ ସ୍ଥାନ ପାଇଁ ପ୍ୟାକେଜ ଘୋଷଣା କରାଯିବ। ଏହି ଦୁଇଟି ସ୍ଥାନରେ ଯେଉଁ ସବୁ ଉନ୍ନୟନମୂଳକ କାର୍ଯ୍ୟ କରାଯିବ ସେନେଇ ରାଜ୍ୟ ସରକାର ଖର୍ଚ୍ଚ ବହନ କରିବେ।"

ସେହିପରି ହୀରାକୁଦ ପର୍ଯ୍ୟଟନର ବିକାଶ ପାଇଁ ଓ୍ଵାଟର ସ୍ପୋର୍ଟସ୍‌ ଗାର୍ଡେନ, କନଭରସନ ସେଣ୍ଟର ଓ ଲ୍ୟାଣ୍ଡସ୍କେପିଙ୍ଗ ଆଦିର ବିକାଶ କରାଯାଇ ହୀରାକୁଦକୁ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ପୁରୀ ଶ୍ରୀମନ୍ଦିରର ବିକାଶ ପରେ ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ମଧ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିପରି ସମଲେଶ୍ଵରୀ ମନ୍ଦିରକୁ ବିଶ୍ଵ ଦରବାରରେ ପରିଚିତ କରିବାକୁ ରାଜ୍ୟ ସରକାର ଏହି ଉଦ୍ୟମ କରୁଛନ୍ତି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Live
Top