Dailyhunt
ଭାରତର ଏହି ଗାଁରେ ଆପଣ ନେଇପାରିବେ ଇସ୍ରାଏଲର ମଜା

ଭାରତର ଏହି ଗାଁରେ ଆପଣ ନେଇପାରିବେ ଇସ୍ରାଏଲର ମଜା

OdishaLIVE 5 years ago

ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିମାଚଳ ପ୍ରଦେଶର ଅନ୍ୟତମ ପ୍ରସିଦ୍ଧ ସ୍ଥାନ ହେଉଛି କସୋଲ ଗାଁ। ଏହା ଏକ ଭଲ ପର୍ଯ୍ୟଟନ ସ୍ଥଳୀ ମଧ୍ୟ। ଏହି ଗାଁର ସୌନ୍ଦର୍ଯ୍ୟ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଆପଣ ଏଠାରେ ସହର ପରି ପ୍ରତ୍ୟେକ ସୁବିଧା ପାଇପାରିବେ। ତେବେ ଆସନ୍ତୁ ଏହି ଗାଁର ବିଶେଷତା ଜାଣିବା .

କାସୋଲ ଗାଁ ପାର୍ବତୀ ନଦୀ କୂଳରେ ଅବସ୍ଥିତ। ପୂର୍ବରୁ ଏଠାରେ ଯାତାୟତ ପାଇଁ ସମସ୍ୟା ଥିଲା। ୨୦୧୪ ପରଠାରୁ ଏଠାକୁ ବହୁ ସଂଖ୍ୟକ ଲୋକ ଆସୁଥିବାରୁ ଏଠାରେ ଏବେ ଯିବା ଆସିବା ସମସ୍ତ ବ୍ୟବସ୍ଥା କରାଯାଇଛି।

ଏଠାରେ ଥିବା ଖାଦ୍ୟ ବିଷୟରେ କହିବାକୁ ଗଲେ, ଆପଣ ଏଠାରେ ଥିବା ଖାଦ୍ୟରେ ଇସ୍ରାଏଲର ଛୁଙ୍କ ଦେଖିବାକୁ ପାଇବେ। କାରଣ ଇସ୍ରାଏଲ୍ ପର୍ଯ୍ୟଟକମାନେ ଏଠାକୁ ଅଧିକ ଆସନ୍ତି।

ହୋଟେଲ ସହିତ ସ୍ଥାନୀୟ ଖାଦ୍ୟରେ ଇସ୍ରାଏଲର ସ୍ୱାଦ ମଧ୍ୟ ମିଳିଥାଏ । ଏମିତିକି କସୋଲକୁ ମିନି ଇସ୍ରାଏଲ୍ ମଧ୍ୟ କୁହାଯାଏ।

ହିମାଚଳର ଅନ୍ୟ ପର୍ଯ୍ୟଟନ ସ୍ଥାନ ପରି ଏଠାରେ ଭିଡ଼ ବହୁତ କମ୍ ଅଟେ। ତେଣୁ, ଆପଣ ଏଠାରେ ଶାନ୍ତିରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Live