ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସହରକୁ ପ୍ରବେଶ କରିବାର ମୁଖ୍ୟ ରାସ୍ତା ଓଟି ରୋଡ୍ରେ ଥିବା ଫକୀରମୋହନ ଗୋଲେଇ ହେଉଛି ସହରର ହାର୍ଟ ବା ହୃଦୟ। ଏହାର ସୌନ୍ଦର୍ଯ୍ୟକରଣ ପାଇଁ ବାଲେଶ୍ୱର ପୌରସଂସ୍ଥା ପକ୍ଷରୁ ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏଥିସହିତ ଛୋଟ ପାର୍କଟିଏ ମଧ୍ୟ କରାଯାଇଛି। ପାର୍କର ରେଲିଂ ଭିତରେ ଘାସ ଗାଲିଚା ସାଙ୍ଗକୁ ପାଣି ଫୁଆରା, ବିଭିନ୍ନ ଫୁଲ ଗଛ ମଧ୍ୟ ଲଗାଯାଇଛି। ସହର ହେଉ ଅବା ସହର ବାହାରୁ ଆସୁଥିବା ଲୋକଙ୍କ ନଜର ପ୍ରଥମେ ସେହି ପାର୍କ ଉପରେ ପଡ଼େ।